କଟକ: ପୁଣି କ୍ୟାନସର ହସ୍ପିଟାଲରେ ୬ କରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତା ବଢାଇଲେ ଆହାର କେନ୍ଦ୍ର କର୍ମଚାରୀ

କଟକ(କେନ୍ୟୁଜ୍): ପୁଣି କ୍ୟାନସର ହସ୍ପିଟାଲରେ ୬ କରୋନା ଆକ୍ରାନ୍ତ ଚିହ୍ନଟ। ୬ ଆକ୍ରାନ୍ତଙ୍କ ମଧ୍ୟରେ ୪ କ୍ୟାନ୍ସର ରୋଗୀ, ଜଣେ ଆଟେଣ୍ଡାଣ୍ଟ ଅଛନ୍ତି। ଅନ୍ୟ ଜଣେ ଆକ୍ରାନ୍ତ ଆହାର କେନ୍ଦ୍ର କର୍ମଚାରୀ ହୋଇଥିବା ସୂଚନା ଦେଇଛନ୍ତି CDMO ସତ୍ୟବ୍ରତ ଛୋଟରାୟ।  ଗତକାଲି ୨ ଜଣ ନର୍ସ ଓ ପୂର୍ବରୁ ଜଣେ ରୋଗୀ ପଜିଟିଭ ଚିହ୍ନଟ ହୋଇଥିଲେ।

ଆହର କେନ୍ଦ୍ରର କର୍ମଚାରୀ ଆକ୍ରାନ୍ତ ହେବାପରେ  ରୋଗୀ ମାନଙ୍କ ଆଟେଣ୍ଡାଣ୍ଟଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। କାରଣ ଅନେକ ରୋଗୀଙ୍କ ଆଟେଣ୍ଡାଣ୍ଟ ଆହର କେନ୍ଦ୍ରରେ ପ୍ରତିଦିନ ଖାଦ୍ୟ ଖାଇଛନ୍ତି। କାଳେ  ସେମାନଙ୍କୁ କରୋନା ଆକ୍ରାନ୍ତ ହେବ ସେନେଇ ଚିନ୍ତାରେ ପଡିଯାଇଛନ୍ତି ଆଟେଣ୍ଡାଣ୍ଟମାନେ। ଅପର ପକ୍ଷେ କ୍ୟାନସର  ହସ୍ପିଟାଲର ନର୍ସମାନେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖିନ୍ନ ହେଉଛନ୍ତି। ଗତକାଲି ଦୁଇ ନର୍ସ ପଜିଟିଭ ଚିହ୍ନଟ  ହେବା ପରେ ଘର ମାଲିକମାନେ ଘରୁ ବାହାରି ଯାଅ ବୋଲି ଧମକ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.