୧୭ ଫୁଟ୍‌ ଲମ୍ବା ଆନାକୋଣ୍ଡାକୁ ପାଣିରୁ ଘୋଷାଡ଼ୁଥିଲେ ବ୍ୟକ୍ତି, ଆଉ ତା’ପରେ ଦେଖନ୍ତୁ କ’ଣ କଲା ସାପ

ଏବେ ସୋସିଆଲ ମିଡିଆରେ ଏକ ବିଶାଳକାୟ ଆନାକୋଣ୍ଡାର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ କିଛି ଲୋକ ଏକ ବଡ଼ ଆନାକୋଣ୍ଡାକୁ ଘୋଷାଡ଼ିବାକୁ ଚେଷ୍ଟା କରୁଛନ୍ତି। ଭିଡିଓଟି ପ୍ରକୃତରେ ୨୦୧୪ର ମାତ୍ର ଏବେ ଏହା ପୁଣିଥରେ ଟ୍ଵିଟରରେ ସେୟାର କରାଯାଇଛି। ଲୋକମାନେ ମଧ୍ୟ ଏହାକୁ ଖୁବ୍‌ ପସନ୍ଦ କରୁଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

ଭିଡିଓଟି ବ୍ରାଜିଲର। ଏଠାରେ ଏକ ନଦୀରେ ତିନି ଜଣ ଲୋକ ଡଙ୍ଗାରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଏକ ବଡ଼ ଆନାକୋଣ୍ଡାର ଲାଞ୍ଜକୁ ଧରି ଟାଣୁଛନ୍ତି। ସେ ସାପକୁ ପାଣିରୁ ବାହାର କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସାପଟି ଜୋର ଲଗାଇ ପୁଣିଥରେ ପାଣି ଭିତରକୁ ଚାଲିଯାଉଛି। ଭିଡିଓରେ ଦେଖାଯାଉଥିବା ଆନାକୋଣ୍ଡା ପ୍ରାୟ ୧୭ ଫୁଟ ଲମ୍ବା ହେବ।

Men Try To Pull 17-Foot Anaconda From Water. Shocking Video Is ...

୨୦୧୪ରେ ସାନ୍ତା ମାରିଆ ନଦୀରେ ଏହି ଭିଡିଓଟି ସୁଟିଂ କରାଯାଇଛି। ଭିଡିଓରେ ନଜର ଆସୁଥିବା ତିନି ଜଣଙ୍କ ମଧ୍ୟରେ ସିରେଲୀ ଓଲିବେରା ଓ ତାଙ୍କ ସ୍ୱାମୀ ବେଟିହ୍ନୋ ବୋର୍ଗସ ଓ ସାଙ୍ଗ ରୋଡ୍ରିଗୋ ସେଣ୍ଟୋସ୍‌ ରହିଛନ୍ତି। ଭିଡିଓରେ ବେଟିହ୍ନୋ ଆନାକୋଣ୍ଡାକୁ ପାଣିରୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି। ଏଥିରେ କେହି ଛାଡ଼ି ଦିଅ ଛାଡ଼ି ଦିଅ କହୁଥିବା ଶୁଣିବାକୁ ମିଳୁଛି।

Gastroenteritis killed anacondas: report - The Hindu

ଭିଡିଓକୁ because men live less ଆକାଉଣ୍ଟରୁ ସେୟାର କରାଯାଇଛି। ଏହାକୁ ଏବେ ଯାଏଁ ୩ ଲକ୍ଷରୁ ଅଧିକ ଥର ଦେଖା ସରିଲାଣି। ତେବେ ଭିଡିଓଟି ଭାଇରାଲ ହେବା ପରେ ପରିବେଶ ବିଭାଗ ତରଫରୁ ବିରୋଧ କରାଯାଇଥିଲା। ପରେ ତିନି ଜଣଙ୍କୁ ୬୦୦ ଡଲାର ବା ୪୫ ହଜାର ଲେଖାଏଁ ଜରିମାନା ଦେବାକୁ ପଡ଼ିଥିଲା। 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.