ରୋବୋଟିକ୍ସ ଇଞ୍ଜିନିୟରଙ୍କର ନୂଆ ଉଦ୍ଭାବନ ‘କୋଭିଡ ସ୍ମାର୍ଟ ସ୍ୱାବ ରୋବଟ୍’, ରହିଛି ଅନେକ ଫାଇଦା

ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଅଣାୟତ୍ତ ହେବାରେ ଲାଗିଛି ପରସ୍ଥିତି । ବର୍ତ୍ତମାନ କରୋନା ସଂକ୍ରମଣ ମାମଲାରେ ଦେଶ ଚାରି ନମ୍ବର ସ୍ଥାନକୁ ଆସିଗଲାଣି । ଗୋଟେ ପରେ ଗୋଟିଏ ନୂଆ ଭ୍ୟାକସିନ ବାହାରିଲେ ମଧ୍ୟ କରୋନା କମିବାର ନା ନେଉନି । ଏହା ମଧ୍ୟରେ ତାମିଲନାଡୁର ଜଣେ ରୋବଟିକ୍ସ ଇଂଜିନିୟର ଏକ ଏପରି ପ୍ରୋଟୋଟାଇପ୍ ବିକଶିତ କରିଛନ୍ତି ଯାହା କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆମକୁ ଆଉ ଦୁଇପଦ ଆଗକୁ ନେଇଆସିଛି । ତାମିଲନାଡୁର କୋଏମ୍ବାଟୁରରେ ରହୁଥିବା ଜଣେ ରୋବୋଟିକ୍ସ ଇଞ୍ଜିନିୟର ଏକ ‘COVID ସ୍ମାର୍ଟ ସ୍ୱାବ ରୋବଟ୍’ ପ୍ରସ୍ତୁତ କରିଛନ୍ତି ଏବଂ ଦାବି କରିଛନ୍ତି ଯେ COVID – 19 ପରୀକ୍ଷା ପାଇଁ ଏହା ସ୍ୱାବ ନମୁନା ସଂଗ୍ରହ କରିପାରିବ । କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖି କାର୍ତ୍ତି ଭେଲାଉଥମ୍ 2,000 ଟଙ୍କା ମୂଲ୍ୟରେ ଏକ ପ୍ରୋଟୋଟାଇପ୍ ବିକଶିତ କରିଛନ୍ତି ଯାହା ସାମାଜିକ ଦୂରତାକୁ ରକ୍ଷା କରିବା ସହିତ 2 ମିନିଟରେ ନମୁନା ସଂଗ୍ରହ କରିପାରିବ । ତେବେ ସବୁଠାରୁ ବଡ଼ କଥା ହେଲା ଏହି ରୋବଟ ଟି ଏକ ଆପ ମାଧ୍ୟମରେ ପରିଚାଳିତ ହେବ ବୋଲି ଭେଲାଉଥମ୍ କହିଛନ୍ତି ।

ଭେଲାଉଥମ୍ କହୁଛନ୍ତି ଯେ “ଏହା ଏକ ଆପ୍ ସାହାଯ୍ୟରେ ସ୍ମାର୍ଟଫୋନ୍ ମାଧ୍ୟମରେ ପରିଚାଳିତ ହୋଇପାରିବ । ଏହା ଏକ ପ୍ରୋଟୋଟାଇପ୍ ଯାହାକି ମାତ୍ର 2000 ଟଙ୍କାରେ ବିକଶିତ ହୋଇଛି । ଏଥିରେ ନମୁନା ସଂଗ୍ରହ କରିବାକୁ ମାତ୍ର 2 ମିନିଟ୍ ସମୟ ଲାଗିବ” । ତେବେ ଏଠାରେ କହି ରଖିବାକୁ ଚାହିଁବୁ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ମାନୁଆଲ୍ ଭାବେ ସ୍ୱାବ ନମୁନା ସଂଗ୍ରହ କରାଯାଉଛି ଯାହାକି ଅତ୍ୟନ୍ତ ବିପଜ୍ଜନକ ଏବଂ କରୋନା ସଂକ୍ରମଣକୁ ବୃଦ୍ଧି ମଧ୍ୟ କରିପାରେ ବୋଲି କାର୍ତ୍ତି ଭେଲାଉଥମ୍ କହିଛନ୍ତି । “ଯଦି ସରକାର ଆମକୁ ସପୋର୍ଟ କରନ୍ତି ଏବଂ ମେସିନ୍ ଲର୍ନିଂ ବ୍ୟବହାର କରି ଆମ ଦେଶରେ ଟେଷ୍ଟ ସ୍ପିଡ଼କୁ ବୃଦ୍ଧି କରାଇବାକୁ ଚାଁହାନ୍ତି ତାହେଲେ ଆମେ ଗୋଟିଏ ମିନିଟ୍ ମଧ୍ୟରେ 6 ଜଣ ରୋଗୀଙ୍କଠାରୁ ନମୁନା ସଂଗ୍ରହ କରିପାରିବା ଏବଂ ସ୍ୱାବ କଲେକ୍ସନ୍ ନୋଜଲ୍ ସ୍ୱୟଂଚାଳିତ ଭାବେ ସାନିଟାଇଜ୍ ହୋଇପାରିବ । ତେବେ ଏହା ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଏବଂ ଘରୋଇ କିମ୍ବା ସରକାରୀ ହସ୍ପିଟାଲରେ ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି ଭେଲାଉଥମ୍ କହିଛନ୍ତି । କେବଳ ସେତିକି ନୁହେଁ ଏହା ମୋବାଇଲ୍ ଭ୍ୟାନରେ ମଧ୍ୟ ବ୍ୟବହାର କରାଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.