ଦାମ୍ପତ୍ୟ ଜୀବନକୁ ସୁଖମୟ କରିବାକୁ ଆପଣାନ୍ତୁ ଏସବୁ ଉପାୟ, ନିବିଡ଼ ହେବ ସମ୍ପର୍କ

ବିବାହକୁ ନେଇ ସମସ୍ତେ ସ୍ୱପ୍ନ ଦେଖିଥାନ୍ତି। ସମସ୍ତେ ଜଣେ ଏମିତି ବ୍ୟକ୍ତିକୁ ଜୀବନସାଥୀ ରୂପେ ଚୟନ କରିବାକୁ ଚାହାଁନ୍ତି ଯିଏ ତାଙ୍କର ସବୁ ସୁଖ ଦୁଃଖରେ ସାଥ୍‌ ଦେବ, ସବୁବେଳେ ସାଙ୍ଗରେ ରହିବ। ପତିପତ୍ନୀଙ୍କ ମଧ୍ୟରେ ଯଦି ଚିନ୍ତାଧାରା ସମାନ ରହିଲା ତେବେ କୌଣସି ସମସ୍ୟା ଦେଖାଦିଏ ନାହିଁ। ଏହା ଦ୍ୱାରା ସମ୍ପର୍କ ଆହୁରି ମଜଭୁତ ହୋଇଯାଏ। କିନ୍ତୁ ଯଦି କୌଣସି କାରଣରୁ ପାର୍ଟନରଙ୍କ ସହ ଝଗଡ଼ା ହୁଏ ବା ସନ୍ଦେହ ସୃଷ୍ଟି ହୁଏ ତେବେ ସମ୍ପର୍କ ଭାଙ୍ଗିବାର ଆଶଙ୍କା ବଢ଼ିଯାଏ। ଏଣୁ ନୂଆ କରି ସମ୍ପର୍କ ଗଢ଼ିବା ବେଳେ ବା ବିବାହ ପରେ କେତେକ ଜିନିଷ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ। ଏହା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ଆସନ୍ତୁ ଜାଣିବା ନବଦମ୍ପତି କି କି ଜିନିଷ ପ୍ରତି ଧ୍ୟାନ ଦେବା ଜରୁରୀ…

ପ୍ରଶଂସା କରନ୍ତୁ:

ପାର୍ଟନର ଯାହା ବି ଡ୍ରେସ୍‌ କିମ୍ବା ଜୁଏଲାରୀ ପିନ୍ଧୁଛନ୍ତି ତାହାକୁ ପ୍ରଶଂସା କରିବାକୁ ଯେଭଳି ନ ଭୁଲନ୍ତି। ଜୀବନସାଥୀକୁ ସବୁବେଳେ ପ୍ରଶଂସା କରୁଥାନ୍ତୁ। ଫଳରେ ତାଙ୍କ ମନ ଖୁସି ରହିବ।

ପରିବର୍ତ୍ତନକୁ ସ୍ୱୀକାର କରନ୍ତୁ:

ବିବାହ ପରେ ଜୀବନରେ ଅନେକ ପରିବର୍ତ୍ତନ ହୋଇଥାଏ। ସେସବୁକୁ ମ୍ୟାନେଜ୍‌ କରିବା ଶିଖନ୍ତୁ। ବିବାହ ପୂର୍ବ ତୁଳନାରେ ପରର ଜୀବନ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ। ସବୁ ପରିବର୍ତ୍ତନକୁ ଗ୍ରହଣ କରିବା ଶିଖନ୍ତୁ।

ଭବିଷ୍ୟତକୁ ନେଇ ଚର୍ଚ୍ଚା କରନ୍ତୁ:

ବିବାହ ପରେ ହନିମୁନ୍‌ ବ୍ୟତୀତ ଆହୁରି ଅନେକ ଜିନିଷ ରହିଛି ଯାହାକୁ ମ୍ୟାନେଜ୍‌ କରିବାକୁ ପଡ଼ିଥାଏ। ଏଥିସହ ଭବିଷ୍ୟତ ପାଇଁ ସେଭିଂ ମଧ୍ୟ କରିବାକୁ ପଡ଼େ। ଏସବୁ କାମ ପାଇଁ ପୂର୍ବରୁ ପ୍ଲାନ୍‌ କରନ୍ତୁ। ପାର୍ଟନରଙ୍କ ସହ ଭବିଷ୍ୟତ ପ୍ଲାନ୍‌ କରି କାମ କଲେ ଅନେକ ସମସ୍ୟା ଦୂର ହୋଇଥାଏ।

marriage

ବୁଝାମଣା ରଖନ୍ତୁ:

ପରସ୍ପରର ଅଭ୍ୟାସ ଉପରକୁ ଆଙ୍ଗୁଳି ଉଠାଇବା ଅପେକ୍ଷା ତାହାକୁ ଇଗ୍‌ନୋର କରନ୍ତୁ କିମ୍ବା ପ୍ରଶଂସା କରନ୍ତୁ। କାରଣ ଉଭୟଙ୍କ ପସନ୍ଦ ଯେ ସମାନ ହେବ ସେମିତି ତ କିଛି କାରଣ ନାହିଁ। ଧୀରେ ଧୀରେ ଆପଣଙ୍କ ସହ ତାଳ ଦେଇ ସେ କାମ କରିବେ, ଟିକେ ଧୈର୍ଯ୍ୟ ଧରନ୍ତୁ।

ମିଳିମିଶି ନିଷ୍ପତ୍ତି ନିଅନ୍ତୁ:

ବିବାହ ସ୍ଥିର ହେବା ପରଠୁ ପୁଅ ଓ ଝିଅଙ୍କ ଜୀବନ ପରସ୍ପର ସହ ଯୋଡ଼ି ହୋଇଯାଏ। ଏଣୁ ଯେକୌଣସି ନିଷ୍ପତ୍ତି ନେବା ବେଳକୁ ପାର୍ଟନରଙ୍କ ରାୟ ନେବାକୁ ଯେଭଳି ନ ଭୁଲନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.