Below header

ବ୍ରହ୍ମଗିରି: ଡବା ଖୋଲିବାରୁ ଫୁଟିଲା ବୋମା, ବିସ୍ଫୋରଣରେ ମହିଳା ଗୁରୁତର

ବ୍ରହ୍ମଗିରି(କେନ୍ୟୁଜ୍): ଡବା ଖୋଲିବାରୁ ଫୁଟିଲା ବୋମା। ବିସ୍ଫୋରଣରେ ମହିଳା ଗୁରୁତର। ବ୍ରହ୍ମଗିରି ଥାନା ଅନ୍ତର୍ଗତ ଧର୍ମକିର୍ତ୍ତି ଗାଁରେ ଏହି ଘଟଣା ଘଟିଛି। ଗୁରୁତର ମହିଳା ଜଣକ ହେଲେ କୁନ୍ତଳା ପରିଡ଼ା। ପ୍ରଥମେ ତାଙ୍କୁ ରେବଣା ନୂଆ ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ପୁରୀ ସ୍ଥାନାନ୍ତର କରାଯାଇଛି। ମଠ ବାବାଜୀଙ୍କ ସ୍ତ୍ରୀ କୁନ୍ତଳା, ମଠ ନିକଟ ଗଛମୂଳରେ ପଡିଥିବା ଏକ ଡବାକୁ ଦେଖି ଘରକୁ ଆଣିଥିଲେ। ଡ଼ବାକୁ ପ୍ରଥମେ ଖୋଲିବାକୁ ଉଦ୍ୟମ କରିଥିବା ବେଳେ, ତାହା ଖୋଲିନଥିଲା । ପରେ ଏକ କଟୁରୀରେ ବାଡେଇ ତାକୁ ଖୋଲିଲା ବେଳେ ଏହି ବସ୍ଫୋରଣ ଘଟିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.