Below header

ଜମ୍ମୁ କଶ୍ମୀରରେ ଆଜିଠୁ ଆରମ୍ଭ ହେବ ପୋଷ୍ଟପେଡ୍ ସେବା, ୭୦ ଦିନ ପରେ ଆକ୍ଟିଭ୍ ହେବ ୪୦ ଲକ୍ଷରୁ ଅଧିକ ମୋବାଇଲ୍‌

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରରେ ଆଜିଠୁ ଆରମ୍ଭ ହେବ ପୋଷ୍ଟପେଡ୍ ସେବା । ପାଖାପାଖି ୭୦ ଦିନ ପରେ ବାଜିବ ମୋବାଇଲ୍ ଘଣ୍ଟି । ଦିନ ୧୨ଟାରେ ଆକ୍ଟିଭ୍ ହୋଇଯିବ ୪୦ ଲକ୍ଷରୁ ଅଧିକ ମୋବାଇଲ୍ । ଦୁଇ ଦିନ ତଳେ ପୋଷ୍ଟପେଡ୍ ସେବା ଉପରୁ କଟକଣା ହଟାଇବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ହେଲେ ମୋବାଇଲ୍ ଇଣ୍ଟରନେଟ୍ ପାଇଁ ଲୋକଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ । ଏହା ପରେ ପ୍ରିପେଡ୍ ସେବା ନେଇ ନିଷ୍ପତ୍ତି ନିଆଯିବ । ଗତ ଅଗଷ୍ଟ ୫ ତାରିଖରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଛେଦ କରିଥିଲେ କେନ୍ଦ୍ର ସରକାର । ସେବେଠାରୁ କାଶ୍ମୀରରେ ମୋବାଇଲ ଓ ଇଣ୍ଟରନେଟ୍ ସେବା ବନ୍ଦ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.