ଧରାବତରଣ କରିଛନ୍ତି ଧନଲକ୍ଷ୍ମୀ, ସଜେଇ ହୋଇଛି ଢେଙ୍କାନାଳ ଓ କେନ୍ଦ୍ରାପଡା ସହର

କେନ୍ୟୁଜ୍: ଧରାବତରଣ କରିଛନ୍ତି ଧନଲକ୍ଷ୍ମୀ। ଏଥିପାଇଁ ଚଳଚଞ୍ଚଳ ପୁରପଲ୍ଲୀ । ଧନଧାନ୍ୟ ଓ ଐଶ୍ୱର୍ଯ୍ୟର ଦେବୀଙ୍କ ଆବାହନ ପାଇଁ ଉତ୍ସବମୁଖର କେନ୍ଦ୍ରାପଡ଼ା । ସଜେଇ ହୋଇଛି ପୁରା ସହର। ୭୬ଟି ମଣ୍ଡପରେ ପୂଜା ପାଉଛନ୍ତି ମାଆ ଲକ୍ଷ୍ମୀ। ସୁଉଚ୍ଚ ତୋରଣ ସାଙ୍ଗକୁ ଆକଷର୍ଣୀୟ ମେଢ଼ରେ ତୁଳସୀ କ୍ଷେତ୍ର ଝଲସୁଛି।

laxmiiସେପଟେ ଲକ୍ଷ୍ମୀପୂଜା ପାଇଁ ଉତ୍ସବ ମୁଖରିତ ଢ଼େଙ୍କାନାଳ ସହର। ଧରାବତରଣ କରିଛନ୍ତି ଧନଲକ୍ଷ୍ମୀ। ସୁଉଚ୍ଚ ଓ ଆକର୍ଷଣୀୟ ତୋରଣ ମୁଖ୍ୟ ଆକର୍ଷଣ ପାଲଟିଛନ୍ତି। ରାତିରେ ଝିଲମିଲ ଆଲୋକମାଳାରେ ସାରା ସହର ଝଲସି ଉଠୁଛି। ୩୮ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଧନଦାତ୍ରୀ। ୨୩ ତାରିଖ ପର୍ଯ୍ୟନ୍ତ ଢ଼େଙ୍କାନାଳରେ ଅନୁଷ୍ଠିତ ହେବ ମାଆ ଲକ୍ଷ୍ମୀଙ୍କ ପୂଜା। ୨୪ ତାରିଖରେ ଭସାଣ ହେବ। ଶ୍ରଦ୍ଧାଳୁମାନେ ମାଆଙ୍କୁ ଦର୍ଶନ କରିବା ସହ ମୀନାବଜାରର ମଜା ନେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.