Below header

ଅନୁଗୁଳ ଖଇରବେରେଣୀ ଗାଁରେ ହାତୀ ଦଳିଦେଲା ମହିଳାଙ୍କୁ

ଅନୁଗୁଳ (କେନ୍ୟୁଜ): ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପାତ୍ରପଡା ପଞ୍ଚାୟତ ଖଇରବେରେଣୀ ଗ୍ରାମରେ ହାତୀ ଆକ୍ରମଣରେ ମହିଳାଙ୍କର ମୃତ୍ଯୁ । ମୃତକ ଜଣକ ଖଇରବେରେଣି ଗ୍ରାମର ହାଡିବନ୍ଧୁ ଦେହୁରୀଙ୍କ ସ୍ତ୍ରୀ ଶୈଳବାଳା ଦେହୁରୀ (୫୫) ବୋଲି ଜଣାପଡିଛି ।

ଘଟଣାରୁ ପ୍ରକାଶ , ପାତ୍ରପଡା ପଂଚାୟତ ଖଇରବେରେଣି ଗ୍ରାମର ବତି ପ୍ରଧାନ (୫୦)ଓ ଶୈଳବାଳା ଦେହୁରୀ (୫୫) ଆଜି ସକାଳେ ବାଲିଝରଣକୁ ଶୈାଚ ହେବା ପାଇଁ ଯାଇଥିବା ବେଳେ ଏକ ହାତୀ ସହିତ ମୁହାମୁହିଁ ହୋଇଥିଲେ । ହାତୀକୁ ଦେଖି ବତି ପ୍ରଧାନ ଦୌ ଡି ପଳାଇ ଯାଇଥିବା ବେଳେ ଶୈଳବାଳାକୁ ହାତୀ ଶୁଣ୍ଢରେ ଟେକି କଚାଡି ମାରିଦେଇଥିଲା । ଏ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖା ଦେଖାଦେଇଛି ।

ସୂଚନା ଯୋଗ୍ୟ ଯେ ଡଙ୍ଗାପଳ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ୧୦ ଦିନରେ ଉର୍ଦ୍ଧ୍ବ ହେବ ୧୪ଟିକିଆ ହାତୀପଲ ରହୁଥିବା ବେଳେ ସଂଧ୍ୟାହେଲେ ଡଙ୍ଗାପାଳ ,ଖଇରବେରେଣୀ ,ଭାଲିଆସର ଆଦି ଗ୍ରାମାଭିମୁଖି ହେବା ସହିତ ବ୍ୟାପକ ଫସଲ ଓ ଗୁହାଳ ଆଦି ଭାଙ୍ଗି ନଷ୍ଟ କରିଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.