ଆଜି ଲାଗି ହେବ ଫୁଲୁରୀ ତେଲ, ଧୀରେ ଧୀରେ ସୁସ୍ଥ ହେବେ ଚତୁର୍ଦ୍ଧା ମୂର୍ତ୍ତି

ପୁରୀ(କେନ୍ୟୁଜ): ୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜୀଉ । ସେବାରେ ଲାଗିଛନ୍ତି ଶ୍ରୀଅଙ୍ଗ ସୁରକ୍ଷାରେ ଥିବା ଦଇତାପତି । ଆଜି ଫୁଲୁରୀ ତେଲ ଲାଗିହେବ । ଅଣସର ଘରେ ଚାଲିଛି ଗୁପ୍ତ ସେବା । ମହାପ୍ରଭୁ କିପରି ସୁସ୍ଥ ହେବେ ସେଥିପାଇଁ ଆଜି ରାତିରେ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ ।

ଆଜି ହେଉଛି ଆଷାଢ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି । ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଫୁଲୁରୀ ତେଲ ବଡ଼ଓଡ଼ିଆ ମଠ ଯୋଗାଇ ଦେବ । ରାଶି ତେଲରେ ବିଭିନ୍ନ ପ୍ରକାର ଚେର , ଔଷଧୀୟ ଫୁଲ ଆଦି ମିଶାଯାଇ ଗୋଟିଏ ବର୍ଷ ପୂର୍ବରୁ ମାଟି ତଳେ ପୋତାଯାଇଥାଏ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଦଇତାପତି ସେବକ ମାନେ ଏହି ଫୁଲୁରୀ ତେଲ ଲାଗି କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.