ଭଦ୍ରକ: ରାସ୍ତା ପାର ହେଉଥିବା ବେଳେ ଧକ୍କା ଦେଲା ବସ୍, ମହିଳା ମୃତ

ମାଡ଼ିଗଲା ବସ୍, ମହିଳା ମୃତ। ରାସ୍ତା ପାର ହେଉଥିବା ବେଳେ ଧକ୍କା ଦେଲା ବସ୍। ଭଦ୍ରକରେ ଏହି ଦୁର୍ଘଟଣା ଘଟିଛି। ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ଟାଉନ ଥାନା ପୋଲିସର ତଦନ୍ତ ଜାରି ରହିଛି।

ଭଦ୍ରକ(କେନ୍ୟୁଜ୍): ମାଡ଼ିଗଲା ବସ୍, ମହିଳା ମୃତ। ରାସ୍ତା ପାର ହେଉଥିବା ବେଳେ ଧକ୍କା ଦେଲା ବସ୍। ଭଦ୍ରକରେ ଏହି ଦୁର୍ଘଟଣା ଘଟିଛି। ମୃତ ମହିଳା ଆଗରପଡା ଥାନା ବିଷଳ ପଟ୍ଟା ଗାଁର କନକଲତା ଦାସ।

ଆଜି ସକାଳେ କନକଲତା ନିଜ ଭଉଣୀ ଘରକୁ ଆସି ବନ୍ତ ଛକରେ ଓହ୍ଲାଇ ରାସ୍ତା ପାର ହେଉଥିବାବେଳେ ଏକ ବସ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଭଦ୍ରକ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସକୁ ଜବତ କରି ତଦନ୍ତ କରୁଛି ।

You might also like