ଫାଇନାଲ ମ୍ୟାଚ ଦେଖୁଥିବା ବେଳେ ପୁଅ ଟିଭି ବନ୍ଦ କରିବାକୁ ବାପା କଲା ହତ୍ୟା

ବିଶ୍ୱକପ ଫାଇନାଲ ମ୍ୟାଚ ଚାଲିଥିବା ବେଳେ ବାପାଙ୍କୁ ଖାଇବାକୁ ମାଗିଥିଲା ପୁଅ । ଆଉ ବାପା ଖେଳ ଦେଖିବାରେ ଏତେ ବ୍ୟସ୍ତ ଥିଲେ ଯେ, ପୁଅକୁ ଖାଇବାକୁ ଦେଇନଥିଲେ । ଫଳରେ ପୁଅ ଟିଭି ସୁଇଚ୍‌ ବନ୍ଦ କରିଦେଇଥିଲେ । ବାପା ରାଗରେ ପୁଅର ତଣ୍ଟି ଚିପିଦେଇଥିଲେ । ଏଭଳି ଘଟଣା କାନପୁରରେ ଘଟିଛି ।

କ୍ରିକେଟ ଖେଳ ପାଇଁ ପୁଅକୁ ହତ୍ୟା କଲା ବାପା । ବିଶ୍ୱକପ ଫାଇନାଲ ମ୍ୟାଚ୍‌ ଦେଖିବା ପାଇଁ ସମସ୍ତଙ୍କ ଉତ୍ସାହ ଲାଗି ରହିଥିଲା । ଆଉ ଫାଇନାଲ ମ୍ୟାଚ୍‌ ଚାଲିଥିବା ବେଳେ ଟିଭିର ସୁଇଚ୍‌ ପୁଅ ବନ୍ଦ କରିଦେବାରୁ ବାପା କଲା ହତ୍ୟା । ଏଭଳି ଘଟଣା ଉତ୍ତରପ୍ରଦେଶ କାନପୁରରେ ଘଟିଛି । କାନପୁର ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି ।

ରବିବାର ଦିନ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେଉଥିବା ବିଶ୍ୱକପ ଫାଇନାଲ ମ୍ୟାଚକୁ ସମସ୍ତେ ଚାହିଁ ରହିଥିଲେ । ଉତ୍ତରପ୍ରଦେଶ କାନପୁରର ଅହିରବାରରେ ରହୁଥିବା ବାପା-ପୁଅ ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପର ଫାଇନାଲ ମ୍ୟାଚ୍ ବାପା ଗଣେଶ ପ୍ରସାଦ ଖେଳୁଥିବା ବେଳେ ପୁଅ ଦୀପକ ନିଶାଦ ମଧ୍ୟ ଏକାଠି ବସି ମ୍ୟାଚ୍‌ ଦେଖୁଥିଲେ । କିନ୍ତୁ ଏହି ସମୟରେ ପୁଅ ରାତି ଖାଇବାକୁ ଜିଦ କରିଥିଲା । ବାପା ଖେଳରେ ବ୍ୟସ୍ତ ଥିବାରୁ ପୁଅକୁ ଖାଇବାକୁ ଦେବାକୁ ବିଳମ୍ବ କରିଥିଲେ । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ଲାଗିଥିଲା । ଆଉ ପରେ ପୁଅ ଟିଭି ବନ୍ଦ କରିଦେଇଥିଲେ ।

ହେଲେ ବିଶ୍ୱକପ ନିଶା ଏତେ ରହିଥିଲା ଯେ, ବାପା ପୁଅ ଟିଭି ବନ୍ଦ ହେବା ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ଏବଂ ମାରପିଟ ଲାଗିଥିଲା । ଆଉ ରାଗରେ ବାପା ପୁଅର ତଣ୍ଟିକୁ ଚିପି ଦେଇଥିଲେ । ଏହାଯୋଗୁଁ ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିଲା ।

ପୋଲିସ ଏହି ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବାପାକୁ ଗିରଫ କରିଛି । ଗିରଫ ପରେ ବାପା ସବୁ ସତ କହିଛି । ଏହି ମାମଲାରେ ଏସସିପି ବ୍ରିଜନାରାୟଣ ସିଂ କହିଛନ୍ତି, ବାପା-ପୁଅଙ୍କ ମଧ୍ୟରେ ସବୁବେଳେ ଝଗଡା ହେଉଥିଲା । ସେଦିନ ବିଶ୍ୱକପ ମ୍ୟାଚ ଦେଖୁଥିବା ବେଳେ ଟିଭି ବନ୍ଦ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହେବାରୁ ଏଭଳି ଘଟଣା ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.