Below header

ଗୃହ ମନ୍ତ୍ରଣାଳୟରେ IB ରେ ୯୯୫ ପଦବୀ ଖାଲି, ମାସକୁ ଦରମା ୧.୪୨ ଲକ୍ଷ

ମିନିଷ୍ଟ୍ରି ଅଫ ହୋମ ଆଫେୟାର୍ସ ଦ୍ୱାରା ଖାଲିପଡିଥିବା ଆଇବି ପଦବୀରେ କେବଳ ଅନଲାଇନ ଆବେଦନ କରିପାରିବେ । ଆସିଷ୍ଟାଣ୍ଟ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସୀ ଅଫିସର ଗ୍ରେଡ-୨ ଏଗ୍ଜିକ୍ୟୁଟିଭ (ACICO) ରେ ୯୯୫ ପଦବୀ ଖାଲିପଡିଛି । ଏଥିପାଇଁ ଗୃହ ମନ୍ତ୍ରଣାଳୟରେ ୯୯୫ ପଦବୀ ଖାଲିପଡିଛି ।

ଗୃହ ମନ୍ତ୍ରଣାଳୟରେ ଇଣ୍ଟେଲିଜେନ୍ସୀ ବ୍ୟୁରୋରେ ବମ୍ପର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ଇଚ୍ଛୁକ, ଯୋଗ୍ୟ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ । ମିନିଷ୍ଟ୍ରି ଅଫ ହୋମ ଆଫେୟାର୍ସ ଦ୍ୱାରା ଖାଲିପଡିଥିବା ଆଇବି ପଦବୀରେ କେବଳ ଅନଲାଇନ ଆବେଦନ କରିପାରିବେ ।

ଏହା ମାଧ୍ୟମରେ ଆସିଷ୍ଟାଣ୍ଟ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସୀ ଅଫିସର ଗ୍ରେଡ-୨ ଏଗ୍ଜିକ୍ୟୁଟିଭ (ACICO) ରେ ୯୯୫ ପଦବୀ ଖାଲିପଡିଛି । ଏଥିପାଇଁ ଗୃହ ମନ୍ତ୍ରଣାଳୟରେ ୯୯୫ ପଦବୀ ଖାଲିପଡିଛି । ଏଥିପାଇଁ ଅଫିସିଆଲ ୱେବସାଇଟ mha.gov.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୯୯୫

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୨୫ ନଭେମ୍ବରରୁ ଆରମ୍ଭ ହେଉଥିବା ବେଳେ ଶେଷ ତାରିଖ ୧୫ ଡିସେମ୍ବର ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ ଗ୍ରାଜୁଏସନ କରିଥିବା ଜରୁରୀ ।

ବୟସ ସୀମା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୭ ବର୍ଷ ହେବା ଜରୁରୀ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ । ପ୍ରଥମେ ଲିଖିତ ପରୀକ୍ଷା ଦେବାକୁ ହେବ । ଏହାପରେ ଇଣ୍ଟରଭ୍ୟୁ ପାଇଁ ପ୍ରାର୍ଥୀଙ୍କୁ ଡକାଯିବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ବେସିକ ଦରମା ୪୪,୯୦୦ ଟଙ୍କାରୁ ୧, ୪୨, ୪୦୦ ଟଙ୍କା ମିଳିବ । ଏହାଛଡା ଡିଏ, ଏସଏସଏ, ଏଚଆରଏ, ଟିଏ ଭଳି ସୁବିଧା ମିଳିବ ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ଆବେଦନ ପାଇଁ ୪୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ପୁରୁଷ ପ୍ରାର୍ଥୀ, ଅଣସଂରକ୍ଷିତ ଏବଂ ଓବିସି ପ୍ରାର୍ଥୀ ୫୫୦ ଟଙ୍କା ଦେବାକୁ ହେବ ।

ଅଧିକ ବିବରଣୀ ପାଇଁ ୱେବସାଇଟକୁ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.