Below header

ସାପ କାମୁଡାରେ ମହିଳା ମୃତ

ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ଅଘଟଣ ଘଟିଛି ଟାଙ୍ଗି ଥାନା ଅନ୍ତର୍ଗତ କୁହୁଡି ହାଟ ନୁଆ ସାହିରେ। ମୃତକଙ୍କ ହେଲେ ଜଗନ୍ନାଥଙ୍କ ପତ୍ନୀ ରାମ ମଣି ଦେଇ । ନିଜ ଘର ବାରି ଅଗଣାରେ ବସିଥିବା ବେଳେ ଅଚାନକ ଏକ ବିରାଟ ନାଗ ସାପ କାମୁଡି ଦେଇଥିଲା ।

ଟାଙ୍ଗୀ(କେନ୍ୟୁଜ୍): ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ଅଘଟଣ ଘଟିଛି ଟାଙ୍ଗି ଥାନା ଅନ୍ତର୍ଗତ କୁହୁଡି ହାଟ ନୁଆ ସାହିରେ। ମୃତକଙ୍କ ହେଲେ ଜଗନ୍ନାଥଙ୍କ ପତ୍ନୀ ରାମ ମଣି ଦେଇ । ନିଜ ଘର ବାରି ଅଗଣାରେ ବସିଥିବା ବେଳେ ଅଚାନକ ଏକ ବିରାଟ ନାଗ ସାପ କାମୁଡି ଦେଇଥିଲା ।

ତୁରନ୍ତ ତାଙ୍କୁ ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସ ରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କିରଥିଲେ ।  ସେ ଜଣେ ଗରିବ ଶ୍ରେଣୀର ତଥା ବଡ ପୁଅ ବ୍ରେନ୍ ଟିୟୁମରରେ ପୀଡିତ  ଥିବାରୁ ପରିବାର ଲୋକ ଅସୁବିଧାରେ ଚଳୁଛନ୍ତି। ଏଣୁ ଏହି ପରିବାରକୁ କିଛି ସରକାରୀ ସହାୟତା ପ୍ରଦାନ ପାଇଁ ସ୍ଥାନୀୟ ବାସିନ୍ଦାମାନେ ଅନୁରୋଧ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.