Below header

ସ୍ବାମୀ ସ୍ତ୍ରୀ କଳି ଅନେକ ଜୀବନ ନେଲାଣି, ସେମିତି ପରପାରିକୁ ଚାଲିଗଲେ ସସ୍ମିତା

କ୍ୟାପିଟାଲ ହସପିଟାଲ ପରିସରରେ ଗହଳି ଆଉ ହୋହାଲ୍ଲା ପରିସ୍ଥିତି । ରୁଣ୍ଡ ହୋଇଥାଆନ୍ତି ଅନେକ ଲୋକ । ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ଲୋକଙ୍କୁ ଜଣେ ମହିଳା ହଠାତ ରାଗି ଯାଇ ବାଡେଇବା ପାଇଁ ହାତ ଉଠାଉ ଥାନ୍ତି l ଆଉ କହୁଥାନ୍ତି ତୁ ତାକୁ ମାରି ଦେଇଛୁ l ଖଣ୍ଡେ ଛୋଟ ବାଣି ଦେଖାଇ କହୁଥାନ୍ତି ଏଥିରେ କଣ ଜୀବନ ଚାଲିଯିବ ?

ଅପରାହ୍ନ ସମୟ । କ୍ୟାପିଟାଲ ହସପିଟାଲ ପରିସରରେ ଗହଳି ଆଉ ହୋହାଲ୍ଲା ପରିସ୍ଥିତି । ରୁଣ୍ଡ ହୋଇଥାଆନ୍ତି ଅନେକ ଲୋକ । ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ଲୋକଙ୍କୁ ଜଣେ ମହିଳା ହଠାତ ରାଗି ଯାଇ ବାଡେଇବା ପାଇଁ ହାତ ଉଠାଉ ଥାନ୍ତି l ଆଉ କହୁଥାନ୍ତି ତୁ ତାକୁ ମାରି ଦେଇଛୁ l ତାର କେହି ନାହିଁ ବୋଲି ତାକୁ ଏମିତି କଲୁ କହି ପାଟି କରୁଥାନ୍ତି। ପୁଣି ଲୋକଟିର ସାର୍ଟ କଲର ଧରି ଟାଣି ଆଣୁଥାନ୍ତି l ଆଉ ବାଡେଇ ପକାଉ ଥାନ୍ତି l ଖଣ୍ଡେ ଛୋଟ ବାଣି ଦେଖାଇ କହୁଥାନ୍ତି ଏଥିରେ କଣ ଜୀବନ ଚାଲିଯିବ ?

ସେ ମହିଳାଙ୍କ ସହିତ ସାଥ୍ ଦେଉଥାନ୍ତି ଆଉ ଜଣେ ପୁରୁଷ l ଝଗଡାରେ ଆଉ ପାଦେ ଆଗକୁ ଯାଇ କହୁଥାନ୍ତି, ରଙ୍ଗ ଦେଖାଅନି ପୋଷ୍ଟମୋର୍ଟମ ରିପୋର୍ଟ ଆସୁ ତୁମ ସହିତ କଥା ହେବି l …କିଛି ସମୟ ପରେ ଶବ ବ୍ୟବଚ୍ଛେଦ ଗୃହରୁ ଶବ ଆସିଲା ବ୍ୟବଚ୍ଛେଦ ହୋଇ l ସମସ୍ତେ ଚାଲିଲେ ମୃତଦେହ ନିକଟକୁ l ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ l ଆମେ ଜଣେ ଯୁବକଙ୍କୁ ପଚାରିଲୁ କଣ ହୋଇଛି ବୋଲି । ସେ ଯୁବକଙ୍କ କଥା ଶୁଣି ଆମ ହୃଦୟ ଥରି ଉଠିଲା l

ତେବେ ଜାଣିବା ଚାଲନ୍ତୁ ପୂରା ଘଟଣା କଣ ? ମୃତକଙ୍କ ନାଁ ସସ୍ମିତା ବେହେରା । ତାଙ୍କ ସ୍ୱାମୀ ହେଉଛନ୍ତି ସୁଶାନ୍ତ ବେହେରା ଓରଫ ମୁଣ୍ଡା l ଘର ନୟାଗଡ ଖଣ୍ଡପଡ଼ାରେ । ସ୍ୱାମୀ ସୁଶାନ୍ତ ବେହେରାଙ୍କର ଦୁଇଟି ଆଠ ଦଶ ବର୍ଷର ପୁଅ ଝିଅ ଅଛନ୍ତି l ଏମାନେ ସପରିବାର ଭୁବନେଶ୍ବର ଧର୍ମବିହାର ବସ୍ତିରେ ରୁହନ୍ତି l ଗତକାଲିର ଘଟଣା ଏମିତି ଥିଲା । କୌଣସି କାରଣରୁ ସ୍ତ୍ରୀ ସସ୍ମିତା ବେହେରା ଓ ସ୍ୱାମୀ ସୁଶାନ୍ତଙ୍କ ଭିତରେ ଝଗଡା ଲାଗିଲା l ଶେଷରେ ସସ୍ମିତା କାହାରି କଥାକୁ ଚିନ୍ତା ନକରି ପ୍ରାଣ ହାରିଦେଲେ । କିନ୍ତୁ ଏହି କଥାକୁ ସସ୍ମିତାଙ୍କ ପରିବାର ଲୋକ ଗ୍ରହଣ କରିବାକୁ ରାଜି ନୁହନ୍ତି । ଏହି ଘଟଣା ପାଇଁ ସସ୍ମିତାଙ୍କ ଭଉଣୀ ସୁଶାନ୍ତଙ୍କୁ ଦାୟୀ କରିଛନ୍ତି ।

ଏପଟେ ସସ୍ମିତାଙ୍କ ଭଉଣୀ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୁଶାନ୍ତ । କହିଛନ୍ତି, ସସ୍ମିତାଙ୍କ ଜୀବନ ହାରିବା ପାଇଁ କିଏ ଦାୟୀ ତାହା ପୋଷ୍ଟମର୍ଟମ ପରେ ହିଁ ଜଣା ପଡିବ l ତେବେ ଏହି ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇନଥିବା ବେଳେ ଶବ ବ୍ୟବଚ୍ଛେଦ ଗୃହ ସମ୍ମୁଖରେ ଏପରି ଉତ୍ତେଜନା ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.