INLDର ହରିୟାଣା ମୁଖ୍ୟ ନଫେ ସିଂଙ୍କୁ ଗୁଳି କରି ହତ୍ୟା, ଆକ୍ରମଣକାରୀ କଲେ ୪୦ରୁ ୫୦ ରାଉଣ୍ଡ ଫାୟାରିଂ

ହରିୟାଣାର ବାହାଦୂରଗଡ଼ରେ ଇଣ୍ଡିଆନ ନ୍ୟାସନାଲ ଲୋକଦଳର ପ୍ରଦେଶ ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ନଫେ ସିଂ ରାଠିଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା, ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଛି ।

ହରିୟାଣାର ବାହାଦୂରଗଡ଼ରେ ଇଣ୍ଡିଆନ ନ୍ୟାସନାଲ ଲୋକଦଳର ପ୍ରଦେଶ ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ନଫେ ସିଂ ରାଠିଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା, ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଛି । ସେ ନିଜ କାର୍‌ରେ ଯାଉଥିବା ବେଳେ ଆକ୍ରମଣକାରୀମାନେ ତାଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ ।

ପୂର୍ବତନ ବିଧାୟକ ଫର୍ଚୁନର କାର୍‌ରେ ଥିଲେ । କୁହାଯାଉଛି କି, ତାଙ୍କୁ ଅତି କମ୍‌ରେ ୪୦ରୁ ୫୦ ରାଉଣ୍ଡ୍‌ ଫାୟାରିଂ କରାଯାଇଛି । ଇଣ୍ଡିଆନ ନ୍ୟାସନାଲ ଲୋକଦଳର ଜଣେ ନେତା କହିଛନ୍ତି, ନଫେ ସିଂ ରାଠିଙ୍କୁ କ୍ରମାଗତ ଭାବେ ହତ୍ୟା ଧମକ ମିଳୁଥିଲା । ପାର୍ଟିର ପ୍ରବକ୍ତା ଅମନଦୀପ କହିଛନ୍ତି, ସରକାରଙ୍କଠାରୁ ତାଙ୍କ ପାଇଁ ସୁରକ୍ଷା ମଗାଯାଉଥିଲା, କିନ୍ତୁ ସୁରକ୍ଷା ମିଳି ନ ଥିଲା । ସେ କହିଛନ୍ତି, ନଫେ ସିଂଙ୍କ ଉପରେ ପୂର୍ବରୁ ବି ଆକ୍ରମଣ ହୋଇଥିଲା ।

ଝଜ୍ଜରର ଏସ୍‌ପି ଅର୍ପିତ ଜୈନ କହିଛନ୍ତି, ପୋଲିସକୁ ଗୁଳିକାଣ୍ଡ ନେଇ ସୂଚନା ମିଳିଥିଲା । ସିଆଇଏ ଏବଂ ଏସ୍‌ଟିଏଫ୍‌ର ଟିମ୍‌ କାମ କରୁଛନ୍ତି । ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ । ଏହି ଘଟଣାରେ ନଫେ ସିଂଙ୍କ ସୁରକ୍ଷାକର୍ମୀ ଜୟ କିଶନଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଅନ୍ୟ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ କାନ୍ଧ ଏବଂ ଜଙ୍ଘରେ ଗୁଳି ବାଜିଛି । ଆକ୍ରମଣକାରୀମାନେ ଏକ କାର୍‌ରେ ଆସି ତାଙ୍କ ଉପରେ ଗୁଳି ଚଳାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.