Below header

ଖାଇବାକୁ ନେଇ ବଚସା ନେଲା ଉଗ୍ରରୂପ: ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ

କୁଚିଣ୍ଡା(କେନ୍ୟୁଜ୍): ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ। ଏପରି ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ୧୧ ନମ୍ବର ଓ୍ବାର୍ଡ ସଇଡା ବଡ କିସାନ ପଡାରେ ।ସ୍ତ୍ରୀ ଦମୟନ୍ତୀ ମାଝୀ ଘରେ କାମ କରୁଥିବା ସମୟରେ ସ୍ବାମୀ ଗୋବିନ୍ଦ ମାଝୀ ଅପରାହ୍ନ ୪ଟା ବେଳେ ଘରକୁ ଆସି ସ୍ତ୍ରୀକୁ ଖାଇବାକୁ ମାଗିଥିଲା। ଖାଇବା ଘଟଣାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ପରେ ଉଗ୍ରରୂପ ନେଇଥିଲା। ଘରେ ଥିବା ଟାଙ୍ଗିଆରେ ସ୍ତ୍ରୀ ଦମୟନ୍ତୀଙ୍କ ବେକକୁ ହାଣି ପକାଇଥିଲା ସ୍ବାମୀ। ଘଟଣା ସ୍ଥଳରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ଘଟଣା ସ୍ଥଳରୁ ଅଭିଯୁକ୍ତ ସ୍ବାମୀ ଫେରାର ହୋଇଯାଇଥିଲା।

ଖବର ପାଇ ଘଟଣାସ୍ଥଳରେ କୁଚିଣ୍ଡା ପୋଲିସ ପହଞ୍ଚି ଫେରାର ଅଭିଯୁକ୍ତକୁ ଧରିବା ସହିତ ଥାନାରେ ଅଟକ ରଖି ପଚରାଉଚରା କରିଛି । ହତ୍ଯାରେ ବ୍ୟବହୃତ ଟାଙ୍ଗିଆକୁ ପୋଲିସ୍ ଜବତ କରିଥିବା ଜଣାପଡିଛି। ଘଟଣାସ୍ଥଳରେ କୁଚିଣ୍ଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାଜକିଶୋର ମିଶ୍ର, ଥାନା ଅଧିକାରୀ ଶୋଭାକର ସେଠ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିବା ସହିତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶବକୁ ଜବତ କରିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି। ପୂର୍ବରୁ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିବା ପରିବାର ଲୋକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.