ଅଲିଭ୍‌ ରିଡଲେ ସୁରକ୍ଷା ପ୍ରସଙ୍ଗ: ହାଇକୋର୍ଟଙ୍କ ଶୁଣାଣି, ପଚରାଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଅବଗତ କରାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

କଟକ(କେନ୍ୟୁଜ୍): ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ହାଇକୋର୍ଟ ନିଜ ଆଡୁ ରୁଜୁ କରିଥିବା ମାମଲାରେ କୋର୍ଟ ମିତ୍ର ମୋହିତ ଅଗ୍ରୱାଲଙ୍କ ଦାଖଲ ରିପୋର୍ଟ ଉପରେ ଶୁଣାଣି କରି ମେରାଇନ ଥାନାରେ ପୋଲିସ ପଦବି କେବେ ସୁଦ୍ଧା ପୂରଣ ହେବ, ବୋଟ ମାନଙ୍କରେ ଟ୍ରାନ୍ସପେଣ୍ଡର କେବେ ସୁଦ୍ଧା ଲାଗିବ, ସେ ନେଇ ର୍ନିଦ୍ଧିଷ୍ଟ ତାରିଖ ସମ୍ପର୍କରେ ଅବଗତ କରାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍‌ ଆର. କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତୀ ଶୁଣାଣି ଜୁଲାଇ ୧୨ରେ ହେବ। ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରଯାଇଥିଲା। ଅଲିଭ ରିଡଲେଙ୍କ ପ୍ରସଙ୍ଗରେ ଏକ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏଥିରେ ୨୦୨୧ ଜାନୁଆରି ମାସରୁ ୮ଶହ ଅଲିଭ ରିଡଲେ ଓଡ଼ିଶା ଉପକୂଳରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମୃତ୍ୟୁ ହୋଇଥିବା କଥା ଉଲ୍ଲେଖ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.