Below header

ଟ୍ରକ୍ ଭିତରେ ଗ୍ୟାସରେ ରୋଷେଇ କରୁଥିବାବେଳେ ଜଳିଗଲା ଗାଡ଼ି

ଆଠଗଡ଼(କେନ୍ୟୁଜ୍): ମହଙ୍ଗା ପଡିଲା ସାମାନ୍ଯ ଅସାବଧନତା। ରୋଷେଇ ବେଳେ ଜଳିଗଲା ଟ୍ରକ୍।  ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି ଆଠଗଡ଼ ଖୁଣ୍ଟୁଣୀ ଅଞ୍ଚଳରେ। ସୂଚନା ମୁତାବକ, ଖୁଣ୍ଟୁଣୀ ଥାନା ଗ୍ୟାରେଜ ପାଖରେ ଟ୍ରକ୍ ଭିତରେ ଗ୍ୟାସରେ ରୋଷେଇ କରୁଥିବାବେଳେ ହଠାତ୍ ଜଳିଗଲା ଟ୍ରକ୍ ।

ହୁତୁ ହୁତୁ ହୋଇ ଜଳିଗଲା ସମ୍ପୂର୍ଣ୍ଣ ଗାଡ଼ି। ତେବେ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି। ସ୍ଥାନୀୟ ଲୋକ ଓ ଆଠଗଡ଼ ଦମକଳ ବାହିନୀ ମିଶି ନିଆଁକୁ ଆୟତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.