Below header

ଜମିବାଡ଼ିକୁ ନେଇ ସୀମା ଟପିଲା ବର୍ବରତା: ଗଛରେ ବାନ୍ଧି ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ କରି ମାଡ଼ ମାରିଲେ କିଛି ମହିଳା

ଭଦ୍ରକ : ସୀମା ଟପିଲା ବର୍ବରତା । ମହିଳାଙ୍କ ଇଜ୍ଜତ ସହ ଖେଳିଲେ ମହିଳା । ଗଛରେ ବାନ୍ଧି ଜଣେ ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ କରି ମାଡ଼ ମାରିଲେ ଅନ୍ଯ ମହିଳା । ଭଦ୍ରକ ସହରାଞ୍ଚଳ ଥାନା ବରାଳ ପୋଖରୀ ହନୁମାନ ସାହିରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା ।

କିଛି ମହିଳା ଏକାଠି ହୋଇ ମହିଳା ଜଣଙ୍କୁ ଗଛରେ ବାନ୍ଧି ଅର୍ଦ୍ଧ ଉଲଗ୍ନ କରି ମାଡ଼ ମାରୁଛନ୍ତି । ପରେ ମହିଳାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି । ଏନଇ ଭଦ୍ରକ ସହରାଞ୍ଚଳ ଥାନାରେ ଅଭିଯୋଗ ହୋଇଛି । ସେହି ଗାଁର ରବୀନ୍ଦ୍ର ଦଳେଇ ଗାଁର କିଛି ଲୋକଙ୍କ ଜମିବାଡ଼ିକୁ ନେଇ ବିବାଦ ଥିଲା ।

ଏନେଇ ମଧ୍ୟ ପୂର୍ବରୁ ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିଲା । ପୂର୍ବ ଶତ୍ରୁତାକୁ ନେଇ ରବୀନ୍ଦ୍ରଙ୍କ ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ମାନସୀଙ୍କୁ ଅପରପକ୍ଷର କିଛି ମହିଳା ଗଛରେ ବାନ୍ଧି ଦେବା ସହ ମାଡ଼ ମାରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.