ଗୋବର ଫିଙ୍ଗିବାକୁ ଯିବା ବେଳେ ବିଦ୍ୟୁତ ଖୁଣ୍ଟ ସଂସ୍ପର୍ଶରେ ଆସି ମହିଳା ମୃତ

ଗଜପତି(କେନ୍ଯୁଜ୍): ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପେଟୀ ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ନାମ ଆର.ସରଶ୍ବତୀ। ସେ ସକାଳୁ ଗୋବର ଫିଙ୍ଗିବାକୁ ଯିବା ବେଳେ ବିଦ୍ୟୁତ ଖୁଣ୍ଟ ସଂସ୍ପର୍ଶରେ ଆସିଯାଇଥିଲେ। ବିଦ୍ୟୁତ ଖୁଣ୍ଟରେ କରେଣ୍ଟ ପ୍ରଭାହିତ ହେଉଥିବା ସେ ଜାଣିନଥିବାରୁ ହଠାତ ସେ ବିଦ୍ୟୁତ ଖୁଣ୍ଟକୁ ଛୁଇଁ ଦେଇଥିଲେ । ଘଟଣାସ୍ଥଳରେ ଗ୍ରାମବାସୀ ବିଦ୍ୟୁତ ସଂସ୍ପର୍ଶରୁ କାଠଫାଳିଆରେ ମହିଳାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ଚିକିତ୍ସା କେନ୍ଦ୍ର କର୍ତ୍ତୁପକ୍ଷ ତାଙ୍କୁ ମୃତ ଘୋଷଣା କଲେ।

ଏ ନେଇ ଗୁରାଣ୍ଡି ଥାନାରେ ଅଭିଯୋଗ ଦାୟର କରିଛନ୍ତି ମୃତକଙ୍କ ପରିବାରବର୍ଗ । ସେପଟେ ଅଭିଯୋଗକୁ ନେଇ ଗୁରାଣ୍ଡି ଥାନା ପୋଲିସ ମାମଲା ଦାୟର କରିବା ସହ ମୃତ ଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ଚିକିତ୍ସା କେନ୍ଦ୍ରକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.