ଆଜି ରାଜ୍ଯର ୩୦ଟି ଜିଲ୍ଲାରୁ ୩୬୩୧ କରୋନା ପଜିଟିଭ୍ ଚିହ୍ନଟ, ଗଲା ୮ଜଣଙ୍କ ମୁଣ୍ଡ

ଭୁବନେଶ୍ବର: ଆଜି ରାଜ୍ଯରେ ୩୬୩୧  କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମୁଦାୟ ୩୦ଟି ଜିଲ୍ଲାରୁ ଏହି ସମସ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୨୨୧୪ ଏବଂ ଲୋକାଲ୍ କେସରୁ ୧୪୧୭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୧,୧୩,୪୧୧ ରେ ପହଁଚିଛି। ଏମାନଙ୍କ ୮୪,୦୭୩ ସୁସ୍ଥ ହୋଇ ସାରିଥବା ବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୨୮,୭୬୩ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ୭୭୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୪୧, ବାଲେଶ୍ବରରୁ ୧୧୪, ବରଗଡରୁ ୨୩୮, ଭଦ୍ରକରୁ ୧୮୬, ବଲାଙ୍ଗିରରୁ ୩୯, ବୌଦ୍ଧରୁ ୨୭, କଟକରୁ ୩୭୦, ଦେଓଗଡ ୧୧,ଢେଙ୍କାନାଳରୁ ୫୬, ଗଜପତିରୁ ୯, ଗଞ୍ଜାମରୁ ୧୦୭, ଜଗତସିଂହପୁରରୁ ୭୯, ଯାଜପୁରରୁ ୧୨୭, ଝାରସୁଗୁଡା ୮୦, କଳାହାଣ୍ଡିରୁ ୨୭, କନ୍ଧମାଳରୁ ୪୪, କେନ୍ଦ୍ରାପଡାରୁ ୮୫, କେନ୍ଦୁଝରରୁ ୮୦, କୋରାପୁଟରୁ ୯୩, ମାଲକାନଗିରିରୁ ୫୫, ମୟୁରଭଞ୍ଜରୁ ୩୬୫, ନବରଙ୍ଗପୁରରୁ ୪୬, ନୟାଗଡରୁ ୧୦୦, ନୂଆପଡାରୁ ୪୯, ପୁରୀରୁ ୧୫୭, ରାୟଗଡାରୁ ୧୧୧, ସମ୍ବଲପୁରରୁ ୬୮, ସୋନପୁରରୁ ୫୦ ଏବଂ ସୁନ୍ଦରଗଡରୁ ୯୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା ମାରାତ୍ମକ କରୋନା ଭାଇରସ୍‌ । ଏମାନଙ୍କ ଭିତରୁ ଗଞ୍ଜାମରୁ ୩ ଓ କଟକରୁ ୨ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ଭୁବନେଶ୍ବର,ବାଲେଶ୍ବର ଓ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୨୨ମୃତ୍ୟୁକୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.