Below header

ବାଂଶପାଳ : ମହିଳାଙ୍କ ମଦ ବିରୋଧୀ ଅଭିଯାନ, ମଦ ବୋତଲ ଜବତ କଲେ ଓ ଆଦାୟ କଲେ ଜରିମାନା

ବାଂଶପାଳ (କେ ନ୍ୟୁଜ୍‌) : ମଦ ବିକ୍ରିକୁ ନେଇ ତାତିଲେ ମହିଳା । ମଦ ବୋତଲ ଜବତ କରି ଆଦାୟ କଲେ ଜରିମାନା । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକରେ ଦିନକୁ ଦିନ ବଢୁଛି ବେଆଇନ ମଦ ବିକ୍ରି । ହେଲେ ପୋଲିସ ଓ ଅବକାରୀ ବିଭାଗ ନିରବ ଦ୍ରଷ୍ଟା ସାଜିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେଣୁ ଏହି କାରବାର ବନ୍ଦ କରିବାକୁ ଅଣ୍ଟା ଭିଡିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ । ଗାଁରେ ମଦ ବିକ୍ରି ବନ୍ଦ କରିବା ପାଇଁ ୫ ବର୍ଷରୁ ଅଧିକ ହେବ ମଦ ବିରୋଧୀ ଆନ୍ଦୋଳନ ସହ ଘରେ ଘରେ ବୁଲି ସଚେତନ କରାଉଛନ୍ତି । ମଦ ବିକ୍ରିକୁ ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କିଛି ଶୁଣିଲେ ନାହିଁ କିମ୍ବା କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେଇଛନ୍ତି ମହିଳାମାନେ । ମହିଳାଙ୍କ ଏଭଳି ଉଦ୍ୟମକୁ ଅଞ୍ଚଳବାସୀ ପ୍ରଶଂସା କରୁଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ କିନ୍ତୁ ଚୁପ୍‌ ରହୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.