ଚିଲିକା ବିପିଏମ୍‌ଙ୍କୁ ଖୁଣ୍ଟରେ ବାନ୍ଧିଲେ ଉତ୍ତ୍ୟକ୍ତ ମହିଳା, ଅନେକ ଦିନରୁ ଥିଲା ଅସନ୍ତୋଷ

ଟାଙ୍ଗି (ଖୋର୍ଦ୍ଧା) : ମହିଳାଙ୍କୁ ଦୁର୍ବ୍ୟବହାର ଏବଂ ଦୁର୍ନୀତି ଅଭିଯୋଗରେ ଚିଲିକା ବ୍ଲକ୍‌ ପ୍ରୋଜେକ୍ଟ ମ୍ୟାନେଜର ପ୍ରିୟଦର୍ଶୀ ଦାସଙ୍କୁ ବାନ୍ଧିଲେ ହରିପୁର ଗ୍ରାମପଞ୍ଚାୟତ ଶହ ଶହ ମହିଳା । ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ୍ ହରିପୁର ଗ୍ରାମ ପଞ୍ଚାୟତ ସ୍ତରର ଆଞ୍ଚଳିକ ମହିଳା ମଞ୍ଚର ସଦସ୍ୟଙ୍କୁ ପ୍ରିୟଦର୍ଶୀ ଅସଦାଚରଣ କରିବା ଘଟଣାରେ ମହିଳାମାନେ ତାତି ଯାଇଥିଲେ । ଏହା ସହିତ ଦୁର୍ନୀତି ଅଭିଯୋଗ କରି ମହିଳାମାନେ ତାଙ୍କୁ ଦଉଡ଼ିରେ ବାନ୍ଧି ପକାଇଥିଲେ । ଅନେକ ସମୟ ପରେ ଶେଷରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିଶ୍ରୁତି ଓ ଟାଙ୍ଗୀ ପୋଲିସ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇଛି । ବିପିଏମ୍‌ ମହାସଂଘର ପୂର୍ବର ସୁଧ ଟଙ୍କାକୁ ନେଇ ଯାଇଥିବା ଅଭିଯୋଗ ହୋଇଥିଲା । ଆଜି ଅସଦାଚରଣ ଘଟଣା ପରେ ମହିଳାମାନେ ରାଗି ଯାଇ ତାଙ୍କୁ ଖୁଣ୍ଟରେ ବାନ୍ଧି ପକାଇଥିଲେ ।

CHILIKA-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.