Below header

ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

କେନ୍ୟୁଜ୍: ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ କିଡିଙ୍ଗ ଗାଁ ନିକଟ ଜଙ୍ଗଲରୁ ମୃତଦେହ ଠାବ ହୋଇଛି। ମହିଳାଙ୍କ ମୁଣ୍ଡ ଓ ଶରୀର ପୋଡି ଯାଇଥିବାବେଳେ ଗୋଡର କିଛି ଅଂଶ ପଡିରହିଥିବା ଦେଖିବାକୁ ମିଳିଛି। ଜଣେ ଗାଇ ଚରାଳି ଜଙ୍ଗଲକୁ ଯାଇଥିବାବେଳେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ମେଡିକାଲ ପଠାଇଛି। ମହିଳାଙ୍କ ପରିଚୟ ମିଳିପାରିନାହାିଁ। କେହି ଦୁର୍ବୃତ୍ତ ହତ୍ୟା କରି ତାଙ୍କୁ ପୋଡି ଦେଇଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.