Below header

ଶାହାରୁଖଙ୍କୁ ଧକ୍କା ମାରିଲେ ଗୌରୀ, ଭିଡିଓ ଭାଇରାଲ

ଶାହାରୁଖଙ୍କୁ ଷ୍ଟେଜରୁ ଧକ୍କା ମାରିଲେ ଗୌରୀ। କଥାଟି ଶୁଣି ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ କି, ଏପରି କ’ଣ ଘଟିଲା ଯେ ବଲିଉଡ ଇଣ୍ଡଷ୍ଟ୍ରୀର ବହୁ ଚର୍ଚ୍ଚିତ ଯୋଡି ଏପରି କଲେ। ଆପଣ ଭାବୁଥିବେ କି, ଦୁହିଁଙ୍କ ମଧ୍ୟରେ କିଛି ମନମାଳିନ୍ୟ ହୋଇଛି, ସେଥିପାଇଁ ଗୌରୀ ଏପରି କରିଛନ୍ତି। କିନ୍ତୁ ଆପଣ ଯାହା ଭାବୁଛନ୍ତି, ତାହା ବିଲକୁଲ ସତ ନୁହେଁ। ବଲିଉଡ କିଙ୍ଗ ଅର୍ଥାତ୍‌ ଶାହାରୁଖ ଖାନ ଏବଂ ଗୌରୀ ଖାନଙ୍କ ଡ୍ୟାନ୍ସ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଡ୍ୟାନ୍ସ ଭିଡିଓ ଅରମାନ ଜୈନ ଏବଂ ଅନୀସା ମଲହୋତ୍ରାଙ୍କ ରିସପ୍ସେନ ପାର୍ଟିର ରହିଛି। ଏହି ଭିଡିଓରେ ଶାହାରୁଖ ଏବଂ ଗୌରୀ ଅମିତାଭଙ୍କ ଗୀତ ‘କଜରା ରେ’ ଡ୍ୟାନ୍ସ କରୁଛନ୍ତି। କିନ୍ତୁ ଏହି ହ୍ୟାନ୍ସ କରିବା ସମୟରେ ଗୌରୀ ଶାହାରୁଖଙ୍କୁ ଧକ୍କା ମାରି ବାହାର କରିବା ପରେ କରନ ଆସି ତାଙ୍କ ସହିତ ଡ୍ୟାନ୍ସ କରୁଛନ୍ତି। କିଛି ସମୟରେ ତିନି ଜଣ ମିଶି ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ସେମାନଙ୍କ ଡ୍ୟାନ୍ସ ଦେଖି ସମସ୍ତେ ପ୍ରଶଂସା ମଧ୍ୟ କରୁଛନ୍ତି।

ସୂଚନାଯୋଗ୍ୟ, ଗତ ୩ ତାରିଖରେ ଅରମାନ ଜୈନ ଏବଂ ଅନୀସା ମଲହୋତ୍ରାଙ୍କ ବିବାହ ହୋଇଥିଲା। ତାଙ୍କ ରିସେପସନ୍‌ ପାର୍ଟିରେ ବଲିଉଡର ଅନେକ ନାମୀଦାମୀ କଳାକାର ଯୋଗ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.