ଘରେ ବସି ଆପଣ ପାଇପାରିବେ ୧ କୋଟି ଟଙ୍କା, ସରକାର ଖୁବଶୀଘ୍ର ଆଣୁଛନ୍ତି ଏହି ଖାସ୍‌ ଯୋଜନା

ଗ୍ରାହକଙ୍କୁ ଜିନିଷ ପତ୍ର କିଣି ବିଲ୍‌ ନେବା ପ୍ରକ୍ରିୟାକୁ ପ୍ରତ୍ସୋହିତ କରିବା ପାଇଁ ସରକାର ଏକ ଲଟେରୀ ଯୋଜନା ଆଣିବାକୁ ଯାଉଛନ୍ତି। ଏହି ବସ୍ତୁ ଏବଂ ସେବା କର (ଜିଏସଟି) ଲଟେରୀ ଯୋଜନା ଦ୍ୱାରା ୧୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତର ପୁରଷ୍କାର ରାଶି ଦେବା ପାଇଁ ଯୋଜନା କରୁଛନ୍ତି। ଏହି ଯୋଜନା ଅନୁଯାୟୀ ଗ୍ରାହକ ଜିନିଷ କ୍ରୟ ବେଳେ ଯେଉଁ ବିଲ୍‌ ନେଇଥିବେ, ସେହି ବିଲ୍‌ ଜରିଆରେ ସେ ଲଟେରୀ ଜିତି ପାରିବେ। ସିବିଆଇସି ସଦସ୍ୟଙ୍କ କହିବାନୁଯାୟୀ ପ୍ରତ୍ୟେକ ବିଲ୍‌ ଉପରେ ଲଟେରୀ ଜିତିବାର ମଉକା ମିଳିବ।

ଗ୍ରାହକଙ୍କ ପାଇଁ ଏହି ନୂଆ ଲଟେରୀ ପ୍ରଣାଳୀ ନେଇ ଆସିଛୁ। ଜିଏସଟି ଦ୍ୱାରା ପ୍ରତ୍ୟେକ ବିଲରେ ଲଟେରୀ ଜିତି ହେବ। ଏହାର ଡ୍ର ବାହାର କରାଯିବ। ଏହି ଲଟେରୀ ଅନୁଯାୟୀ ଏହାର ଦାମ ଏତେ ଅଧିକ ଯେ ଗ୍ରାହକ ଏହି ଲଟେରୀ ଦ୍ୱାରା ୧୦ ଲକ୍ଷ ଟଙ୍କାରୁ ଏକ କୋଟି ଟଙ୍କା ପଯ୍ୟର୍ନ୍ତ ଜିତିବାର ସୁଯୋଗ ମିଳିବ। ଏହା ପରେ ଗ୍ରାହକଙ୍କ ଅଭ୍ୟାସରେ ପରିଣତ ହୋଇଯିବ।

GSTପୋର୍ଟାଲରେ ଅପଲୋଡ କରାଯିବ ବିଲ୍‌

ଯୋଜନା ଦ୍ୱାରା କ୍ରୟ କରାଯାଇଥିବା ବିଲକୁ ପୋର୍ଟାଲରେ ଅପଲୋଡ୍‌ କରାଯିବ। ଲଟେରୀ ଡ୍ର କମ୍ପ୍ୟୁଟର ପ୍ରଣାଳୀ ଜରିଆରେ ଆପେ ଆପେ ହୋଇଯିବ। ବିଜେତାଙ୍କୁ ଏହାର ସୂଚନା ଦିଆଯିବ। ଜିଏସଟି ପ୍ରଣାଳୀ ଦ୍ୱାରା ଚାରିଟି କର ସ୍ଲାବ ୫,୧୨,୧୮ ଏବଂ ୨୮ ପ୍ରତିଶତ ଅଟେ। ଏହାଛଡା ବିଳାସିତ ଏବଂ ଅହିତକର ଉତ୍ପାଦ ଉପରେ କର ସବୁଠାରୁ ଉଚ୍ଚ ଦର ଲାଗିବା ବ୍ୟତୀତ ଉପକର ମଧ୍ୟ ଲାଗିଥାଏ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରାଜସ୍ୱରେ ଅଭାବକୁ ଦୂର କରିବା ପାଇଁ ସରକାର ବେପାର ଦ୍ୱାରା ଉପଭୋକ୍ତା ସଉଦାରେ ବିଭିନ୍ନ ବିକଳ୍ପ ବିଚାର କରୁଛନ୍ତି। ସେହି ସବୁ ଯୋଜନା ମଧ୍ୟରୁ ଲଟେରୀ ଏବଂ କ୍ୟୁଆର ସଂହିତା ଆଧାରିତ ଲେଣଦେଣକୁ ପ୍ରତ୍ସୋହନ ଦେବା ମଧ୍ୟ ସାମିଲ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.