ଲମ୍ବା ଉଚ୍ଚତା ପଛରେ ଦୌଡ଼ୁଛନ୍ତି ଆମେରିକାବାସୀ, ୫୩ ଲକ୍ଷ ଟଙ୍କା ଖର୍ଚ୍ଚ କରି କରୁଛନ୍ତି ଏହି ସର୍ଜରୀ!

କିଏ ବା ନ ଚାହେଁ ଲମ୍ବା ଉଚ୍ଚତା। ଆଜିକାଲି ଆମେରିକାରେ ଏହାକୁ ନେଇ ଏକ ଅଲଗା କ୍ରେଜ୍‌ ଦେଖିବାକୁ ମିଳୁଛି। ଲୋକେ ଲମ୍ବା ହେବା ପାଇଁ ଏକ ଖାସ୍‌ ସର୍ଜରୀ କରୁଛନ୍ତି, ଯେଉଁଥିପାଇଁ ସେମାନେ ଖର୍ଚ୍ଚ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା।

ମିଡିଆ ରିପୋର୍ଟ ମୁତାବକ, Dr. Kevin Debiparshad ନାମକ ବ୍ୟକ୍ତି ଲସ୍‌ ଭେଗାସ୍‌ରେ LimbplastX Institute ଚାଲାଉଛନ୍ତି। କିନ୍ତୁ ସେ ଏବେ ଲମ୍ବା ଉଚ୍ଚତା ପଛରେ ପଡ଼ିଯାଇଛନ୍ତି। ଏଥିପାଇଁ କେଭିନ୍‌ limb-lengthening treatment କରାଉଛନ୍ତି। ଏହାଦ୍ୱାରା ବ୍ୟକ୍ତିର ଉଚ୍ଚତା ୬ ଫୁଟ ଯାଏ ବଢ଼ିଥାଏ।

h66

୫୩ ଲକ୍ଷ ଟଙ୍କା ଖର୍ଚ୍ଚ

ଏହି ସର୍ଜରୀ କରାଇବାରେ ୭୫,୦୦୦ ଡଲାର୍‌ ଖର୍ଚ୍ଚ ହୋଇଥାଏ। ଅର୍ଥାତ୍‌ ଭାରତୀୟ ମୁଦ୍ରା ହିସାବରେ ପାଖାପାଖି ୫୩ ଲକ୍ଷ ଟଙ୍କା।

ଏହି ସର୍ଜରୀରେ କ’ଣ ହୋଇଥାଏ

limb-lengthening treatmentରେ ଗୋଡ଼ ହାଡ଼ରେ ଏକ ଷ୍ଟ୍ରେଚିଙ୍ଗ୍‌ ଡିଭାଇସ୍‌ ଲଗାଯାଇଥାଏ। ଏହାସହ ବ୍ୟକ୍ତିକୁ ଏକ ରିମୋଟ୍‌ ଦିଆଯାଏ, ଯଦ୍ଦ୍ଵାରା ସେ ଗୋଡ଼କୁ ଷ୍ଟ୍ରେଚ୍‌ କରିପାରିଥାଏ। ପ୍ରତିଦିନ ଏମିତି କଲେ ଉଚ୍ଚତା 1mm ବଢ଼ିଥାଏ। କେଭିନ୍‌ ଏହା ବି ଦାବି କରିଛନ୍ତି ଯେ ଏହି ସର୍ଜରୀରେ ଶରୀରକୁ କୌଣସି କ୍ଷତି ହୋଇ ନ ଥାଏ। କୌଣସି ପ୍ରକାର ଇନ୍‌ଫେକ୍ସନର ମଧ୍ୟ ଆଶଙ୍କା ନ ଥାଏ।

h88

ବଢ଼ୁଛି ବେପାର

ଗତବର୍ଷ ୩୦ଜଣ ଲୋକ ଏହି ସର୍ଜରୀ କରାଇଥିଲେ। ଅଧିକରୁ ଅଧିକ ପୁରୁଷ ହିଁ ଏହି ସର୍ଜରୀ କରାଉଛନ୍ତି, ଯାହାଫଳରେ ବେପାର ବଢ଼ୁଥିବା କେଭିନ୍‌ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.