କାଜୁ ବଗିଚାରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଘଟଗାଁ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଝାଡ଼ପୋଖରୀ ଗ୍ରାମ ନିକଟସ୍ଥ କାଜୁ ବଗିଚାରୁ ଜଣେ ବିବାହିତ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ହେଲେ ଘଟଗାଁ ବ୍ଲକ କଟରାବେଡା ଗ୍ରାମର ସୁରେନ୍ଦ୍ର ବେହେରାଙ୍କ ପତ୍ନୀ ମଙ୍ଗୁଳି ବେହେରା ବୋଲି ଜଣାପଡିଛି। ମଙ୍ଗୁଳି କିଛିଦିନ ହେବ ତାଙ୍କ ବାପଘର ଝାଡ଼ପୋଖରୀ ଗ୍ରାମରେ ଥିଲେ । ତେବେ ଆଜି ଗ୍ରାମବାସୀ ଗ୍ରାମ ନିକଟସ୍ଥ କାଜୁ ବଗିଚାରେ ମଙ୍ଗୁଳିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ତାଙ୍କ ପରିବାର ଲୋକ ଓ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକେ ଏବଂ ପୋଲିସ ଘଟଣା ସ୍ଥଳରେ ପହଁଚି ଥିଲେ ପୋଲିସ ମୃତ ଦେହକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.