Below header

ମହିଳା ଦେଖାଇଲେ ସାହାସିକତା, ସୁନା ଚେନ ନେଉଥିବା ବେଳେ ଲୁଟେରାକୁ ଗୋଡ଼େଇ କଲେ କାବୁ

ଯାଜପୁର (କେନ୍ଯୁଜ୍) : ବେକରୁ ସୁନା ଚେନ୍ ଟାଣି ନେଉଥିବା ବେଳେ ଦୁର୍ବୁତ୍ତକୁ ଖସିଯିବାକୁ ଚେଷ୍ଠା କରୁଥିଲେ। କିନ୍ତୁ ସାହାସି ମହିଳା ଗୋଡ଼ାଇ ଲୁଟେରାକୁ କାବୁ କରିବା ସହ ତାକୁ ପୋଲିସ ହସ୍ତାନ୍ତର କରିଛନ୍ତି। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲର ଜାରକା ଅଂଚଳରେ।

jajpur 2

ସୂଚନା ମୁତାବକ, ପଣ୍ଡୁଆ ଗ୍ରାମର ସୁକାନ୍ତ ସ୍ବାଇଁଙ୍କ ପତ୍ନୀ ଅର୍ଚ୍ଚନା ଘରେ ବାହାରର ଥିବା ଚଉଁରାମୂଳେ ମୂରୁଜ ପକାଉଥିଲେ। ସେହି ସମୟରେ ୨ ଜଣ ଦୁବ୍ରୁତ୍ତ ଏକ ପଲସର ବାଇକରେ ଆସି ତାଙ୍କ ବେକରେ ପିନ୍ଧିଥିବା ସୁନା ଚେନକୁ ନେବାକୁ ଚେଷ୍ଠା କରିଥିଲେ। ଠିକ୍ ସେହି ସମୟରେ ମହିଳା ଚିଲାଇବା ସହ ଲୁଟେରାଙ୍କ ପିଛା କରିଥିଲେ। ଫଳରେ ସ୍ଥାନୀୟଲୋକ ଲୁଟେରାକୁ ଉତ୍ତମମଧ୍ୟମ ଦେବା ସହ ତାକୁ ପୋଲିସକୁ ସ୍ଥାନାନ୍ତରିତ କରିଥିଲେ।

ଜାରକା ଅଂଚଳରେ ବାରମ୍ବାର ଛିନାତାଇ ଘଟଣା ସାମନାକୁ ଆସିଥିବା ବେଳେ ଲୁଟେରାଙ୍କ ବିରୋଧରେ ଦୁଷ୍ଟାନ୍ତ ମୂଳକ କାର୍ଯ୍ଯନୁଷ୍ଠାନ ନେବାକୁ ମହିଳା ଜଣଙ୍କ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.