ଅବକାରୀ ବିଭାଗ ଧରିଲା ବିପୁଳ ପରିମାଣର ଚୋରା ମଦ ଓ ପୋଚ, ହେଲେ ଅପରାଧୀ ଫେରାର

ଘଟଗାଁ (କେନ୍ୟୁଜ୍‌) : କେନ୍ଦୁଝର ଅବକାରୀ ବିଭାଗ ଦ୍ଵାରା ୪୦୦୦ ଲିଟର ମଦ ଜବତ କରାଯାଇଛି ଓ ୬୦୦୦ ଲିଟର ପୋଚ ନଷ୍ଟ କରାଯାଇଛି। କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଭାଲିଆଡିହି ଗ୍ରାମରୁ କେନ୍ଦୁଝର ଅବକାରୀ ବିଭାଗ ଚଢାଉ କରି ଏହି ମଦ ଜବତ କରିବା ସହ ବିପୁଳ ପରିମାରର ପୋଚ ନଷ୍ଟ କରିଥିଲେ । କେନ୍ଦୁଝର ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟ ସିଦ୍ଧେଶ୍ୱର ବେଶ୍ରାଙ୍କ ନିର୍ଦ୍ଦେଶରେ ପାଟଣା, ଘଟଗାଁ ଓ ତେଲକୋଇ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରିଥିଲେ। ଏହି ଚଢାଉରେ ପାଟଣା ଅବକାରୀ ଅଧିକାରୀ ଧନୁର୍ଜୟ ପାତ୍ର, ଘଟଗାଁ ଅବକାରୀ ଅଧିକାରୀ ଜଗନ୍ନାଥ ମିଶ୍ର ଓ ତେଲକୋଇ ଅବକାରୀ ଅଧିକାରୀ ନରେନ୍ଦ୍ର ପ୍ରଧାନ, ପାଟଣା ଥାନା ଏ.ଏସ୍.ଆଇ. ସୁଧାଂଶୁ ଶେଖର ଜେନା ସାମିଲ ଥିଲେ । ତେବେ ବେଆଇନ୍‌ ମଦ ପ୍ରସ୍ତୁତକାରୀ କେହି ଧରାପଡ଼ି ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.