ପୁଣି ଲଜ୍ଜା, ଘରେ ଛାଡି ଦେବାକୁ କହି ମହିଳାଙ୍କୁ ଦୁଷ୍କର୍ମ

କନ୍ଧମାଳ(କେନ୍ଯୁଜ୍) : ପୁଣି ଲଜ୍ଜା । ଘରେ ଛାଡି ଦେବାକୁ କହି ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ଘଟଣା ଘଟିଛି କନ୍ଧମାଳ ଚକାପାଦ ଥାନା ବରଦାଖୋଲ ଅଞ୍ଚଳରେ । ମହିଳା ଜଣକ ଫୁଲବାଣୀ ଆସିବା ପାଇଁ ବସ୍‌କୁ ଅପେକ୍ଷା କରିଥିଲେ । ଏତିକିବେଳେ ୪ଜଣ ମୋଟର ସାଇକେଲରେ ଆସି ତାଙ୍କୁ ଘରେ ଛାଡିଦେବା ପାଇଁ କହିଥିଲେ । ସେମାନେ ନିଜ ଗାଁର ହୋଇଥିବା ଜାଣି ମହିଳା ଜଣକ ତାଙ୍କ ସହ ଆସିଥିଲେ ।

repistତେବେ ଟିକାବାଲି ନିକଟରେ ୪ଜଣ ଏକ ପରିତ୍ୟକ୍ତ ଘରକୁ ନେଇ ରାତିସାରା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏନେଇ ମହିଳା ଜଣକ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ପୋଲିସ ୨ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨ଜଣ ଫେରାର ଥିବା କନ୍ଧମାଳ ଏସ୍‌ପି କହିଛନ୍ତି ।

Leave A Reply

Your email address will not be published.