Below header

ଯାତ୍ରାରେ ଅଶ୍ଲୀଳ ନାଚକୁ ବିରୋଧ: ମେଲୋଡି ମଝିରେ ଜୋତା ଫିଙ୍ଗିଲେ ମହିଳା

ଭଦ୍ରକ(କେନ୍ୟୁଜ୍):  ଯାତ୍ରାରେ ଅଶ୍ଲୀଳ ନାଚକୁ ବିରୋଧ । ଯାତ୍ରାରେ ମେଲୋଡି ମଝିରେ ଜୋତା ଫିଙ୍ଗିଲେ ମହିଳା । କିଛି ସମୟ ପାଇଁ ଯାତ୍ରା ବନ୍ଦ ହୋଇଥିଲା । କାଳୀପୂଜା ଉପଲକ୍ଷେ ଭଦ୍ରକ ଜିଲ୍ଲାରେ ଯାତ୍ରା ପରିବେଷଣ ହେଉଥିଲା । ଚରମ୍ପା ଅଞ୍ଚଳରେ ଯାତ୍ରା ରାଜ ନନ୍ଦିନୀ ଯାତ୍ରା ପରିବେଷଣ କରୁଛି ।

ରାଜ ନନ୍ଦିନୀ ଯାତ୍ରା ପାର୍ଟିର ରାନୀ ନାମକ ଅଭିନେତ୍ରୀ ନାଚ ପରିବେଷଣ କରିଥିଲେ । କିନ୍ତୁ ଅଶ୍ଳୀଳ ନାଚ ଦେଖି ଦର୍ଶକଙ୍କ ମଧ୍ୟରୁ ଜଣେ ମହିଳା ନାଚୁ ଥିବା ଅଭିନେତ୍ରୀଙ୍କ ଉପରକୁ ଜୋତା ଫିଙ୍ଗିଥିଲେ । ପରେ ନିଜେ ମଞ୍ଚ ଉପରକୁ ଚଢ଼ି ଯାଇଥିଲେ ମହିଳା । ବେଶ କିଛି ସମୟ ପାଇଁ ବନ୍ଦ ହୋଇଥିଲା ଯାତ୍ରା ଆୟୋଜକ କମିଟି ସଦସ୍ୟ ବହୁ ବୁଝାସୁଝା ପରେ ଯାତ୍ରା ଆୟୋଜିତ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.