Below header

କି ଯୁଗ ହେଲା! ହସ୍ପିଟାଲ ବେଡ଼ରେ ସ୍ବାମୀ, ଏପଟେ ପ୍ରେମିକକୁ ବାହା ହୋଇ ଖୁସି ମନାଉଛି ସ୍ତ୍ରୀ

ସ୍ୱାମୀକୁ ହସପିଟାଲ ବେଡ୍‌୍‌ରେ ଛାଡ଼ି ପ୍ରେମିକକୁ ବାହା ହାଇଗଲା ସ୍ତ୍ରୀ

ଜଳେଶ୍ଵର(କେନ୍ୟୁଜ୍): ରୋଗାଗ୍ରସ୍ତ ସ୍ୱାମୀ ହସ୍ପିଟାଲର ବେଡ଼ ଉପରେ ପଡ଼ି ମୃତ୍ୟୁ ସହ ଲଢେଇ କରୁଛନ୍ତି ଅନ୍ୟପଟେ ପ୍ରେମିକକୁ ବାହା ହୋଇ ଖୁସି ମନାଉଛି ସ୍ତ୍ରୀ। ଆଉ କିଛି ଘଣ୍ଟା ପରେ ତାଙ୍କର ଅସ୍ତ୍ରୋପଚାର ହୋଇଥାନ୍ତା,ଏଭଳି ସମୟରେ ପତ୍ନୀ ସ୍ୱାମୀଙ୍କ ସହ ରହିବାର ଆବଶ୍ଯକତା ରହିଛି, ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଦେବାଦେବୀଙ୍କୁ ଡାକିବା ବଦଳରେ ଏହି ମହିଳା ଜଣକ କିନ୍ତୁ ଅନ୍ଯ ଜଣେ ପୁରୁଷକୁ ବିବାହ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ଯର କଥା ପତ୍ନୀ ଜଣକ ବିବାହ କରୁଥିବା ସମୟରେ ତାଙ୍କ ଦେଢଶୁର ଓ ନଣଦେଇ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଉଭୟ ଏହି ଦୃଶ୍ଯ ଦେଖି ସହିନପାରି କାନ୍ଦି ପକାଇଥିଲେ।

ମହିଳା ଜଣକ ବିବାହ କରିବା ପୂର୍ବରୁ ଓକିଲଙ୍କ ସମ୍ମୁଖରେ ସେ ସବୁଦିନ ପାଇଁ ସ୍ୱାମୀଙ୍କ ହାତ ଛାଡି ଆଉ ଜଣକୁ ବାହା ହେଉଛନ୍ତି ବୋଲି ହାତ କାଟି ଲେଖି ଦେଇଛନ୍ତି ଓ ବିବାହ ସରିବା ପରେ ସେ ବହୁତ ଖୁସି ବୋଲି ହସି ହସି ପ୍ରକାଶ କରିଛନ୍ତି। ତେବେ ଏପଟେ ଏହି ଘଟଣାରେ ସ୍ୱାମୀ ଏବଂ ତାଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅନ୍ତର୍ଗତ ଛମୌଜ ଗ୍ରାମର ଏହି ଘଟଣା ଏବେ ସମଗ୍ର ଜଳେଶ୍ଵର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ ଛମୌଜ ଗ୍ରାମର କୁଞ୍ଜବିହାରୀ ଦତ୍ତ ୨୦୨୦ ମସିହାରେ ବାଲିଆପାଳ ଥାନା ଅନ୍ତର୍ଗତ ସୁନାରୁଇ ଗ୍ରାମର ଦେବ କୁମାର ରଣଜିତଙ୍କ ଝିଅ ଦୀପିକା ରାଣୀ ରଣଜିତଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟଙ୍କର ଏବେ ୧୩ ମାସର ଏକ ଶିଶୁକନ୍ଯା ରହିଛି। ତେବେ ଗତ ସପ୍ତାହେ ତଳେ ସ୍ୱାମୀଙ୍କ ଦେହ ଗୁରୁତର ଭାବେ ଅସୁସ୍ଥ ହେବାରୁ ପରିବାର ଲୋକେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇ ଯାଇଥିଲେ। ସେଠାରେ ସ୍ୱାମୀଙ୍କ ଅସ୍ତ୍ରୋପଚାର ହେବ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। ମାତ୍ର ଘରେ ଥିବା ତାଙ୍କ ପତ୍ନୀ ଦୀପିକା ଶାଶୁ ଘରୁ ନିଜର ସମସ୍ତ ସୁନା ଗହଣା,ଟଙ୍କା , ବିଭିନ୍ନ ପରିଚୟ ପ୍ରମାଣପତ୍ର ସମେତ ୧୩ମାସର ଶିଶୁ କନ୍ଯାକୁ ଧରି ସ୍ୱାମୀ କୁଞ୍ଜବିହାରୀ କିଣି ଦେଇଥିବା ସ୍କୁଟିରେ ଘରୁ ବାହାରି ଆସିଥିଲେ।

ରାତିରେ କିନ୍ତୁ ସେ ଘରକୁ ନଫେରିବାରୁ ସ୍ୱାମୀଙ୍କ ପରିବାର ଲୋକେ ଏଣେ ତେଣେ ଖୋଜାଖୋଜି କରିବା ପରେ ଖଇର୍ଦ୍ଦା ଅଞ୍ଚଳର ଜଣେ ଯୁବକ ସହ ଜଳେଶ୍ଵର ନିକଟସ୍ଥ ଚନ୍ଦନା ନିକଟରେ ମହିଳା ଜଣକ ଥିବା ନେଇ ଖବର ପାଇବା ପରେ ଦିପିକା ଙ୍କ ଦେଢଶୁର ଓ ନଣଦେଇ ସେଠାରେ ପହଞ୍ଚି ଘରକୁ ଫେରିଯିବା ପାଇଁ କହିଥିଲେ। ମାତ୍ର ସେ ଉକ୍ତ ଯୁବକକୁ ୩ ବର୍ଷ ହେଲା ଭଲ ପାଉଛନ୍ତି ଓ ବିବାହ କରିବାକୁ ଚାହୁଁଛନ୍ତି ବୋଲି ସିଧାସଳଖ କହିଥିଲେ। ଏହାପରେ ସେଠାରେ ଉପସ୍ଥିତ ଥିବା କିଛି ମାନ୍ଯଗଣ୍ଯ ବ୍ଯକ୍ତି, ଆଇନଜୀବୀ ଓ ନୋଟାରିଙ୍କ ଉପସ୍ଥିତିରେ ଉକ୍ତ ଯୁବକଙ୍କ ସହ ତାଙ୍କର ବିବାହ ହୋଇଥିଲା ।

ବିବାହ ପରେ ମହିଳା ଜଣକ ତାଙ୍କ ସାଥିରେ ନେଇ ଯାଇଥିବା ସ୍କୁଟି ଓ ସ୍ୱାମୀ କିଣି ଦେଇଥିବା କିଛି ସୁନା ଗହଣାକୁ ସ୍ୱାମୀଙ୍କ ପରିବାର ଲୋକଙ୍କ ହାତରେ ଦେଇଥିବା ଜଣା ପଡ଼ିଛି। ତେବେ ବିବାହ ସମୟରେ ଉକ୍ତ ଯୁବକଙ୍କ ମାଆ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ବୋଲି ସୂଚନା ମିଳିଛି। ତେବେ ଏହି ଘଟଣା ପରେ ହସପିଟାଲ ବେଡ୍‌ ରେ ପଡି କାନ୍ଦି କାନ୍ଦି ନ୍ୟାୟ ପାଇଁ ନିବେଦନ କରିଛନ୍ତି କୁଞ୍ଜବିହାରୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.