ବଢ଼ିଲା ଜୟନାରାୟଣ ମିଶ୍ରଙ୍କ ଅଡୁଆ: ଆସନ୍ତା ୧୭ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ଅଡୁଆରେ ଜୟନାରାୟଣ ଆସନ୍ତା ୧୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଅତିରିକ୍ତ ଦୌରା ଜଜ୍‌ । ଏହି ମାମଲାରେ ଜୟନାରାୟଣ ମିଶ୍ର ଏବେ ଜାମିନରେ ଅଛନ୍ତି । ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ ହାଇକୋର୍ଟ ।

ଭୁବନେଶ୍ଵର (କେନ୍ୟୁଜ): ବଢ଼ିଲା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଅଡୁଆ । ୨୦୧୮ ବିଜେପୁର ଉପନିର୍ବାଚନ ବେଳେ ହୋଇଥିବା ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ତାଙ୍କୁ ହାଜର ହେବାକୁ ନୋଟିସ୍‌ ହୋଇଛି । ଆସନ୍ତା ୧୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଅତିରିକ୍ତ ଦୌରା ଜଜ୍‌ । ଏହି ମାମଲାରେ ଜୟନାରାୟଣ ମିଶ୍ର ଏବେ ଜାମିନରେ ଅଛନ୍ତି । ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ ହାଇକୋର୍ଟ । ଧାର୍ଯ୍ୟ ସର୍ତ୍ତାବଳୀର ଖିଲାପ କରିଥିବାରୁ ତାଙ୍କ ଜାମିନ ରଦ୍ଦ କରିବାକୁ ବିମଳ ଭୁଏ ନାମକ ଜଣେ ବ୍ୟକ୍ତି କୋର୍ଟରେ ମାମଲା ରୁଜୁ କରିଛନ୍ତି ।

ନିଜ ଆବେଦନରେ ସେ ଦର୍ଶାଇଛନ୍ତି, ଶାରୀରିକ ଅସୁସ୍ଥତା ଆଳ ଦେଖାଇ ସେ କୋର୍ଟରେ ହାଜର ହେଉ ନାହାନ୍ତି । କିନ୍ତୁ ବିଭିନ୍ନ କାର୍ଯ୍ୟକ୍ରମ, ରାଲି ଓ ଧାରଣାରେ ଯୋଗ ଦେଉ ନଥିବା ଅଭିଯୋଗ ହୋଇଛି । ଜୟନାରାୟଣଙ୍କ ସହ ଅନ୍ୟ ୧୨ ଜଣଙ୍କୁ ୧୭ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଅତିରିକ୍ତ ଦୌରା ଜଜ୍‌ । ସେହିପରି ୨୦୨୦ ମସିହାରେ ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଅଧିକାରୀଙ୍କୁ ଆକ୍ରମଣ ମାମଲାରେ ଆସନ୍ତା ୨୩ ତାରିଖରେ ଶୁଣାଣି ହେବାକୁ ଅଦାଲତ ତାରିଖ ଧାର୍ଯ୍ୟ କରିଛନ୍ତି । ଝାରବନ୍ଧ ଥାନାର ଭାରପ୍ରାପ୍ତ ଅଧିକାରୀ ବାସୁଦେବ ଛତ୍ରିଆଙ୍କୁ ଆକ୍ରମଣ ଅଭିଯୋଗ ହୋଇଥିଲା । ଜୟନାରାୟଣ ମିଶ୍ର ଓ ଅନ୍ୟମାନଙ୍କ ବିରୋଧରେ ପାଇକମାଳ ଥାନାରେ ଏକ ମାମଲା ରୁଜୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.