ନେତାଜୀ ନଗର ସଂଘ ପଡିଆକୁ ନେଇ ବିବାଦ: କଟକ ସେଲଟର ଛକରେ ମହିଳାମାନଙ୍କ ରାସ୍ତାରୋକ

କଟକ: କଟକ ସେଲଟର ଛକରେ ରାସ୍ତାରୋକ । ସ୍ଥାନୀୟ ନେତାଜୀ ନଗର ଅଞ୍ଚଳରେ ଏକ ଜମି ବିବାଦକୁ ନେଇ କିଛି ଯୁବକଙ୍କୁ ପୋଲିସ ଅଟକ ରଖିବା ପ୍ରତିବାଦରେ ରାସ୍ତାରୋକ କରି ଧାରଣା ଦେଇଛନ୍ତି ମହିଳାମାନେ ।

କଟକ ସେଲଟର ଛକରେ ଥିବା ନେତାଜୀ ନଗର ସଂଘ ପଡିଆକୁ ନେଇ ବିବାଦ ଦେଖାଦେଇଛି । ଗତକାଲି ରାତିରେ ବିଡାନାସୀ ଥାନା ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରି, ମହିଳାମାନଙ୍କୁ ଘରୁ ବେଆଇନ ଭାବରେ ନେଇ ଯାଇଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.