ବୃଦ୍ଧଦମ୍ପତି ବନାଇଲେ ରେକର୍ଡ, ପାଳନ କଲେ ୮୦ ତମ ବିବାହ ବାର୍ଷିକୀ

ଦୁନିଆରେ ସବୁବେଳେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ। ଏମିତି କିଛି ଘଟଣା ମନୁଷ୍ୟ ଜୀବନରେ ମଧ୍ୟ ଘଟିଥାଏ, ଯାହା ଜୀବନର ମୋଡ ବଦଳାଇଦିଏ। ଏମିତି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଏବେ ସୋସିଆଲ ମିଡିଆରେ ଅତ୍ୟଧିକ ସକ୍ରିୟ ରହିବା ଯୋଗୁଁ ଅନେକ ଭାଇରଲ ଜିନିଷ ଦେଖିବାକୁ ମିଳୁଛି। ଏମିତି ଏକ ସ୍ୱତନ୍ତ୍ର କେସ୍ ବିଷୟରେ ଜଣାଇବୁ, ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଆମେରିକାର ଟେକ୍ସାସର ଲୋଙ୍ଗହୋନ ଗାଁରେ ବୃଦ୍ଧ ଦମ୍ପତି ନିଜର ୮୦ ତମ ବିବାହ ବାର୍ଷିକ ମନାଇଥିଲେ। ଏମାନେ ଦୁନିଆର ସବୁଠୁ ଅଧିକ ବର୍ଷ ବଞ୍ଚିଥିବା ଦମ୍ପତି। ଜନହେଡର୍ସନ ନାମକ ଏହି ବୃଦ୍ଧଙ୍କ ବୟସ ୧୦୬ ବର୍ଷ ହୋଇଥିବା ବେଳେ ପତ୍ନୀ ସେଲର୍ଟଙ୍କ ବୟସ ୧୦୫ ବର୍ଷ। ଆପଣମାନେ ଦେଖିଥିବେ ଅଧିକାଂଶ ଦମ୍ପତି ନିଜ ବିବାହର ୨୫ ତମ ବର୍ଷ, ୫୦ ତମ ବର୍ଷ, ୭୫ ତମ ବର୍ଷ ପାଳନ କରୁଥିବେ। କିନ୍ତୁ ୮୦ ତମ ବିବାହ ବାର୍ଷିକ କେହି ବି ପାଳନ କରିନାହାନ୍ତି।
ଏମାନେ ନିଜ ୮୦ ତମ ବିବାହ ବାର୍ଷିକୀ ନିଜ ପରିଜନ ଏବଂ ସାଙ୍ଗ, ବନ୍ଧୁଙ୍କ ସହିତ ସେଲିବ୍ରେଟ କରିଥିଲେ। ଏହି ଅବସରେ ସେମାନେ ଅନେକ ଫଟୋ ମଧ୍ୟ ସେୟାର କରିଥିଲେ। ସେମାନେ ବିବାହ ବାର୍ଷିକୀକୁ ଧୁମଧାମରେ ପାଳନ କରିବା ସହିତ ସ୍ୱାଦିଷ୍ଟ ଭୋଜନର ମଧ୍ୟ ଆନନ୍ଦ ନେଇଥିଲେ। ଏମାନଙ୍କ ସାକ୍ଷାତ ୧୯୩୪ ମସିହା ଟେକ୍ସସାସ୍ର ୟୁନିର୍ଭରସିଟିର କ୍ଲାସରୁମରେ ହୋଇଥିଲା। ସେମାନେ ୫ ବର୍ଷରେ ବାହା ହୋଇଯାଇଥିଲେ। ସେତେବେଳେ ଫୁଟବଲ ଖେଳୁଥିଲେ ହେଡସର୍ନ। ସେବେଠାରୁ ଏମାନେ ହସଖୁସିରେ ନିଜ ଜୀବନ ଅତିବାହିତ କରୁଛନ୍ତି।