ଖୁବ ଶୀଘ୍ର ନିର୍ମାଣ ହେବ ବିଶ୍ଵର ପ୍ରଥମ କଳା ବାଘ ସଫାରୀ, ମୟୂରଭଞ୍ଜ ଶିମିଳିପାଳ ପାଦଦେଶରେ ପ୍ରସ୍ତୁତି ଆରମ୍ଭ

ଖୁବ ଶୀଘ୍ର ନିର୍ମାଣ ହେବ ବିଶ୍ଵର ପ୍ରଥମ କଳା ବାଘ ସଫାରୀ । ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶରେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତକାଲି ଏନସିଟିଏର ପ୍ରତିନିଧି ଦଳ ମୟୂରଭଞ୍ଜ କ୍ଷେତ୍ର ପରିଦର୍ଶନ କରି ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।

ବାରିପଦା(କେନ୍ୟୁଜ) : ଖୁବ ଶୀଘ୍ର ନିର୍ମାଣ ହେବ ବିଶ୍ଵର ପ୍ରଥମ କଳା ବାଘ ସଫାରୀ । ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶରେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତକାଲି ଏନସିଟିଏର ପ୍ରତିନିଧି ଦଳ ମୟୂରଭଞ୍ଜ କ୍ଷେତ୍ର ପରିଦର୍ଶନ କରି ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।

ବାଘ ସଫାରୀ ନିର୍ମାଣ ପାଇଁ ଏନସିଟିଏର ଡିଜାଇନର ଦଳ ସଫାରୀ ଡିଜାଇନ ପ୍ରସ୍ତୁତିରେ ଲାଗିଛନ୍ତି। ଫେବୃଆରୀ ମାସ ଶେଷ ସୁଦ୍ଧା ଡିପିଆର ପ୍ରସ୍ତୁତ କରି ଏନସିଟିଏକୁ ପ୍ରଦାନ କରାଯିବ ବୋଲି କହିଛନ୍ତି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା ଶିମିଳିପାଳ ଅଭୟାରଣ୍ୟର କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ଗୋଗୀନେନି। ବାରିପଦା ନିକଟ ମଞ୍ଚାବନ୍ଧା ସଂରକ୍ଷିତ ଜଙ୍ଗଲ ସହ ଯଶୀପୁର ଜଙ୍ଗଲ ମଧ୍ୟ ଅନୁଧ୍ୟାନ କରିଛନ୍ତି ଏନସିଟିଏ ଟିମ।