ଚାକିରି ପାଇଁ ଜମି ଘୋଟାଲା ମାମଲା : ଲାଲୁଙ୍କ ପରିବାରକୁ ଆଶ୍ୱସ୍ତି, ରାବଡି ଦେବୀ ସମେତ ଦୁଇ ଝିଅକୁ ମିଳିଲା ଜାମିନ
ଚାକିରି ପାଇଁ ଜମି ଘୋଟାଲା ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ଦିଲ୍ଲୀ କୋର୍ଟରୁ ଆଶ୍ୱସ୍ତି ମିଳିଛି । ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଲାଲୁ ଯାଦବଙ୍କ ପତ୍ନୀ ଏବଂ ଝିଅ ମୀସା ଭାରତୀ ଏବଂ ହେମା ଯାଦବଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

ଚାକିରି ପାଇଁ ଜମି ଘୋଟାଲା ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ଦିଲ୍ଲୀ କୋର୍ଟରୁ ଆଶ୍ୱସ୍ତି ମିଳିଛି । ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଲାଲୁ ଯାଦବଙ୍କ ପତ୍ନୀ ଏବଂ ଝିଅ ମୀସା ଭାରତୀ ଏବଂ ହେମା ଯାଦବଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ ଏହି ମାମଲାର ଶୁଣାଣି କରି ଅନ୍ୟ ଜଣେ ଅଭିଯୁକ୍ତ ହୃଦୟାନନ୍ଦ ଚୌଧୁରୀଙ୍କୁ ମଧ୍ୟ ଅନ୍ତରୀଣ ଜାମିନ ଦେଇଛନ୍ତି ।
କୋର୍ଟ ଆଜି ଏହି ମାମଲାର ଶୁଣାଣି କରି ସମସ୍ତ ଯାଚିକାକୁ ସ୍ୱୀକାର କରି ଜାମିନ ଦେଇଛନ୍ତି । କୋର୍ଟ ଏକ ଲକ୍ଷ ମୁଚଲିକାରେ ଜାମିନ ସ୍ୱୀକାର କରିଛନ୍ତି । ଆଜି କୋର୍ଟରେ ହାଜର ହେବା ପାଇଁ ରାବଡି ଦେବୀ, ମୀସା ଏବଂ ହେମା ଗୋଟିଏ ଗାଡିରେ କୋର୍ଟରେ ପହଞ୍ଚିଥିଲେ । ଜାମିନ ଯାଚିକାରେ ଜଷ୍ଟିସ ବିଶା ଗୋଗନେ ଶୁଣାଣି କରିଛନ୍ତି ।
#WATCH | Bihar former CM Rabri Devi leaves from Rouse Avenue court in Delhi.
The court granted interim bail to Rabri Devi, Misa Bharti and Hema Yadav till the next date of hearing in the ‘Land for Job’ scam case. pic.twitter.com/InFbLlf1jr
— ANI (@ANI) February 9, 2024
ସମସ୍ତ ଅଭିଯୁକ୍ତ ବ୍ୟକ୍ତିଗତ ଜାମିନ ପାଇଁ ଆବେଦନ କରିଥିଲେ । ଆଉ କୋର୍ଟ ସମସ୍ତଙ୍କ ଅନ୍ତରୀଣ ଜାମିନକୁ ସ୍ୱୀକାର କରିଛନ୍ତି । ଏହାସହିତ କୋର୍ଟ ଇଡିର ଜବାବ ମାଗିଛନ୍ତି । କୋର୍ଟ ଏହି ମାମଲାରେ ଇଡି ଅଭିଯୋଗକୁ ନେଇ ଶୁଣାଣି କରିଥିଲେ । ଏହି ମାମଲାରେ କୋର୍ଟ ଆଗାମୀ ଶୁଣାଣି ୨୮ ଫେବୃଆରୀକୁ ରଖିଛନ୍ତି ।
ସୂଚନାଯୋଗ୍ୟ, ୨୦୦୪ରୁ ୨୦୦୯ ଯାଏ ଲାଲୁ ରେଳ ମନ୍ତ୍ରୀ ଥିବା ବେଳେ ଶସ୍ତା ଦାମରେ ଜମି କିଣି ଏହା ବଦଳରେ ଲୋକଙ୍କୁ ରେଳବାଇରେ ଚାକିରି ଦେଇଥିବା ଅଭିଯୋଗ ହୋଇଥିଲା । ଚାକିରି ପାଇଁ ଜମି ମିଳିବା ପରେ ସେ ଏହାକୁ ନିଜ ପରିବାର ଲୋକଙ୍କ ନାଁରେ କରିଥିବା ଅଭିଯୋଗ ହୋଇଥିଲା । ୨୦୧୭ରେ ସିବିଆଇ ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ଇଡି ମଧ୍ୟ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା ।