Below header

ପୁଅକୁ ଜନ୍ମ ଦେଇ ଆଖି ବୁଜିଲା ମାଆ, କିନ୍ତୁ ଡାକ୍ତରଖାନା ଅବହେଳାର ଅଭିଯୋଗ ଆଣିଛନ୍ତି ପରିବାର ଲୋକ

ନିଜ ଛୁଆ ପାଇଁ ସ୍ୱାମୀ ସ୍ତ୍ରୀ ଥିଲେ ଭାରି ଖୁସି ।  ଘରକୁ ନୂଆ ଅତିଥି ଆସିବ, ଘର ପୂରି ଉଠିବ । କିନ୍ତୁ ହସ୍ପିଟାଲ ଆସିବା ପରେ ଶିଶୁକୁ ଜନ୍ମ ଦେବା ପରେ ସବୁକିଛି ସ୍ୱପ୍ନ ଯେମିତି କ୍ଷଣିକରେ ଚୁରମାର ହୋଇଗଲା ।

ଯାଜପୁରଟାଉନ (କେନ୍ୟୁଜ) : ନିଜ ଛୁଆ ପାଇଁ ସ୍ୱାମୀ ସ୍ତ୍ରୀ ଥିଲେ ଭାରି ଖୁସି ।  ଘରକୁ ନୂଆ ଅତିଥି ଆସିବ, ଘର ପୂରି ଉଠିବ । କିନ୍ତୁ ହସ୍ପିଟାଲ ଆସିବା ପରେ ଶିଶୁକୁ ଜନ୍ମ ଦେବା ପରେ ସବୁକିଛି ସ୍ୱପ୍ନ ଯେମିତି କ୍ଷଣିକରେ ଚୁରମାର ହୋଇଗଲା । ସ୍ତ୍ରୀ ଶିଶୁ ତ ଜନ୍ମକଲା କିନ୍ତୁ ସବୁଦିନ ପାଇଁ ଆଖି ବୁଜିଦେଲା । ଆଉ ପଛରେ ଛାଡି ଚାଲିଗଲା ନବ ଜନ୍ମିତ ପୁଅକୁ, ସ୍ୱାମୀକୁ ଓ ପରିବାର ଲୋକଙ୍କୁ । ସମସ୍ତଙ୍କ ଆଖିରେ ଲୁହ କଣ ଏମିତି ହଠାତ୍‌ ହେଇଗଲା ।
ସ୍ୱାମୀ କହୁଛନ୍ତି ମୋ ସ୍ତ୍ରୀ ମୋ ଆଖି ସାମ୍ନାରେ ଓଟି ଭିତରକୁ ଗଲା, କିନ୍ତୁ ଓଟି ଭିତରେ ପିଲା ଜନ୍ମ ହେବାପରେ ବାହାରିଲା ଡାକ୍ତରଙ୍କ ନାନା କଥା । ଅକ୍ସିଜେନ ଲେବଲ ଲୋ ଅଛି, ହାର୍ଟବିଟ୍‌ ସ୍ଲୋ ଚାଲିଛି, ପ୍ରଚୁର ବ୍ଲିଡିଙ୍ଗ ହେଉଛି । ଏମିତି କେତେ କଣ ଡାକ୍ତର ସବୁ କହି ପକାଇଲେ ସ୍ୱାମୀକୁ । ସ୍ୱାମୀ କହିଲେ ଯାହା ହେଇଯାଉ ପଛେ ମୋ ସ୍ତ୍ରୀ ବଞ୍ଚିଯାଉ କିନ୍ତୁ ସବୁକିଛି ସରିଗଲା । ପିଲା ଜନ୍ମ କରି ସ୍ତ୍ରୀ ମରିଗଲା । ପରିବାର ଲୋକ ଆଣୁଛନ୍ତି ସେହି ଘରୋଇ ନସିଂହୋମ୍‌ ଉପରେ ଅଭିଯୋଗ । ଡାକ୍ତରଙ୍କ ଅବହେଳା ଯୋଗୁଁ ଆଜି ମୋ ସ୍ତ୍ରୀ ଚାଲିଗଲା ବୋଲି କାନ୍ଦି କାନ୍ଦି କହିହେଉଛନ୍ତି ସ୍ୱାମୀ ।
ଦର୍ଶକବନ୍ଧୁ ଏମିତି ଏକ ଦୁଃଖଦ ଆଉ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ମାନସାପୋଲ ନିକଟରେ ଥିବା ଏକ ଘରୋଇ ନସିଂହୋମରେ । ଯେଉଁଠି ତୁଟିପୂର୍ଣ ଚିକିତ୍ସା ଯୋଗୁ ଜଣେ ମହିଳାଙ୍କ ଜୀବନ l ଘରୋଇ ନର୍ସିଂହୋମରେ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।
ମୃତ ମହିଳା ହେଲେ ଯାଜପୁର ଥାନା ପଣସା ପଂଚାୟତ ବିଜୟ କୁମାର ରାଉତରାୟ ଙ୍କ ପତ୍ନୀ ସସ୍ମିତା ରାଉତରାୟ । ଗତକାଲି ପ୍ରସବ ପାଇଁ ମହିଳା ଙ୍କୁ ଏଠାରେ ଭର୍ତି କରାଯାଇଥିଲା। କିନ୍ତୁ ଅପରେସନ ପରେ ମହିଳା ଙ୍କର ଅଧିକ ରକ୍ତ ସ୍ରାବ ହେବା ପରେ ମହିଳାଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ କହିଥିଲେ। ପରିବାର ବର୍ଗ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଆଣି ଭର୍ତି କରିବାରୁ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲେ । ଏ ନେଇ ପରିବାର ଲୋକଙ୍କ ପକ୍ଷରୁ ନର୍ସିଂହୋମ ଵିରୁଦ୍ଧ ରେ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଅନ୍ୟପଟେ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ଉକ୍ତ ଘରୋଇ ନର୍ସିଂହୋମର କତୃପକ୍ଷ । ସବୁଠୁ ଦୁଃଖ ଲାଗୁଛି ଯେ ପୁଅ ଜନ୍ମ କରିଛନ୍ତି ସସ୍ମିତା, କିନ୍ତୁ ସେହି ପୁଅଁର ମୁହଁ ଦେଖିନାହାଁନ୍ତି । ପୁଅକୁ ନିଜ ଛାତିରେ ଲଗାଇ କ୍ଷୀର ପିଆଇ ପାରିବେନି କି ପୁଅକୁ ନିଜ କୋଳରେ ଶୁଆଉ ଲୋରି ଗାଇ ପାରିବେନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.