ନୂଆବର୍ଷ ପୂର୍ବରୁ ସରକାରଙ୍କ ଭେଟି, ଆଜିଠାରୁ ୩୯ ଟଙ୍କା ଶସ୍ତା ହେଲା କମର୍ସିଆଲ୍‌ LPG ସିଲିଣ୍ଡର

କ୍ରିସ୍‌ମାସ ଏବଂ ନୂଆବର୍ଷ ପୂର୍ବରୁ କେନ୍ଦ୍ର ସରକାରଙ୍କ ଭେଟି। ୧୯ କିଲୋଗ୍ରାମ୍‌ କମର୍ସିଆଲ୍‌ ଏଲପିଜି ସିଲିଣ୍ଡରର ଦାମ୍‌ ହ୍ରାସ କରି ଉପଭୋକ୍ତାଙ୍କୁ ଉପହାର ଦେଇଛନ୍ତି ସରକାର। ତୈଳ ମାର୍କେଟିଂ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ୩୯.୫୦ ଟଙ୍କା ହ୍ରାସ କରିଛନ୍ତି।

ଏହି ଦାମ୍‌ ହ୍ରାସ ପରେ ବର୍ତ୍ତମାନ ଦିଲ୍ଲୀରେ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ୧୭୫୭.୫୦ରେ ମିଳିବ। ଯଦିଓ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଜିଠାରୁ ଅର୍ଥାତ୍ ଡିସେମ୍ବର ୨୨ରୁ କମର୍ସିଆଲ୍‌ ଏଲପିଜି ସିଲିଣ୍ଡରର ନୂଆ ଦର ଲାଗୁ ହେବ।

ଏଲ୍‌ପିଜି ମୂଲ୍ୟ କମିବା ଦ୍ୱାରା ହୋଟେଲ ଏବଂ ରେଷ୍ଟୁରାଣ୍ଟ ପରି ବ୍ୟବସାୟିକ ଉପଭୋକ୍ତାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଏଥିପୂର୍ବରୁ ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୧୭୯୬.୫୦ ଟଙ୍କା, ମୁମ୍ବାଇରେ ୧୭୪୯ ଟଙ୍କା, କୋଲକାତାରେ ୧୯୦୮ ଟଙ୍କା ଏବଂ ଚେନ୍ନାଇରେ ୧୯୬୮.୫୦ ଟଙ୍କା ଥିଲା।

ବର୍ତ୍ତମାନ ୩୯.୫୦ ଟଙ୍କା ହ୍ରାସ ପରେ କମର୍ସିଆଲ୍‌ ସିଲିଣ୍ଡର କୋଲକାତାରେ ୧୮୬୯ ଟଙ୍କା, ମୁମ୍ବାଇରେ ୧୭୧୦ ଟଙ୍କା ଏବଂ ଚେନ୍ନାଇରେ ୧୯୨୯.୫୦ ଟଙ୍କାରେ ଉପଲବ୍ଧ ହେବ। ଏହାପୂର୍ବରୁ ନଭେମ୍ବର ୧୬ରେ ମଧ୍ୟ କମର୍ସିଆଲ୍‌ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ୫୭ ଟଙ୍କା ହ୍ରାସ କରାଯାଇଥିଲା।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.