ଯୁବକର ଉଦ୍ଭଟ ମାନସିକତା, ଫେସବୁକରେ ଲାଇଭ କରି ନିଶମୋଡି ଫ୍ୟାନରେ ଝୁଲିପଡିଲା

ଏକ ଘରୋଇ ଶିଳ୍ପାନୁଷ୍ଠାନର କର୍ମଚାରୀ ଅଟଳ ସିଂ ଶୁକ୍ରବାର ବିଳମ୍ବିତ ରାତିରେ କରିଛନ୍ତି ଆତ୍ମହତ୍ୟା। ନିଜ ଘରେ ଥିବା କୋଠରୀ ଭିତରେ ପଙ୍ଖାରେ ଝୁଲି ପଡିଛନ୍ତି ।

ଝାରସୁଗୁଡ଼ା(କେନ୍ୟୁଜ୍): ଫେସବୁକରେ ଲାଇଭ କରି ଫ୍ୟାନରେ ରଶି ଲଗାଇ ଝୁଲି ପଡିଲେ ଯୁବକ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ବୃନ୍ଦାମାଲ ଅଞ୍ଚଳରେ। ଏକ ଘରୋଇ ଶିଳ୍ପାନୁଷ୍ଠାନର କର୍ମଚାରୀ ଅଟଳ ସିଂ ଶୁକ୍ରବାର ବିଳମ୍ବିତ ରାତିରେ କରିଛନ୍ତି ଆତ୍ମହତ୍ୟା। ନିଜ ଘରେ ଥିବା କୋଠରୀ ଭିତରେ ପଙ୍ଖାରେ ଝୁଲି ପଡିଛନ୍ତି । ଆଉ ଆତ୍ମହତ୍ୟା କରୁଥିବା ସମୟରେ ଫେସବୁକ ଲାଇଭ କରି ନିଶ ମୋଡଥିବାର ଦେଖାଉଥିଲେ। ଶୁକ୍ରବାର  ରାତି ୧୨ ଟା ୨୫ ମିନିଟରେ କରିଛନ୍ତି ଆତ୍ମହତ୍ୟା।

ଭିଡ଼ିଓରୁ ଦେଖିବାକୁ ମିଳିଛି ଯେ ଯୁବକ ଜଣକ ନିଜର ନିଶ ମୋଡ଼ିବାପରେ ପଙ୍ଖାରେ ରଶି ଲଗାଇ ବାରମ୍ବାର କ୍ଯାମେରା ସାମ୍ନାକୁ ଆସୁଛନ୍ତି।ଶେଷରେ  ଝୁଲି ପଡ଼ିଛନ୍ତି। ଆଜି ସକାଳୁ ତାଙ୍କ ପରିବାର ଲୋକେ ବନ୍ଦ କୋଠରୀର ସ୍କାଏ ଲାଇଟ ଭାଙ୍ଗି ଏଭଳି ଅବସ୍ଥା ଦେଖିବା ପରେ ବଡମାଲ ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଘଟାଣାସ୍ଥଳରେ ପହଞ୍ଚି ମୃତକର ଶବକୁ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ପଠାଇଛି ପୋଲିସ ।  ଆତ୍ମହତ୍ୟାର କାରଣ ଜଣାପଡି ନଥିବାରୁ ବଡ଼ମାଲ ପୋଲିସ ଅଧିକ ତଦନ୍ତ ଚଲାଇଛି।