ଭୁବନେଶ୍ୱର AIIMS ରେ ଗ୍ରୁପ ବି ଓ ଗ୍ରୁପ ସି ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ଓଡିଶା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଭୁବନେଶ୍ୱର ଏମ୍ସରେ ଖାଲିପଡିଛି ୭୭୫ ପଦବୀ । ଗ୍ରୁପ ବି ଓ ଗ୍ରୁପ ସି ପଦବୀ ପାଇଁ ତୁରନ୍ତ କରନ୍ତୁ ଆବେଦନ ।

ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥା(ଭୁବନେଶ୍ୱର)ରେ ଗ୍ରୁପ ବି ଏବଂ ଗ୍ରୁପ ସି ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଆବେଦନ ପତ୍ର ଭୁବନେଶ୍ୱର ଏମ୍ସର ଅଫିସିଆଲ ୱେବସାଇଟ୍‌ aiimsbhubaneswar.nic.in ରେ ଉପଲବ୍ଧ ।

ଆବେଦନ କରିବା ପାଇଁ ପ୍ରାର୍ଥୀ ଭୁବନେଶ୍ୱର ଏମ୍ସର ଅଫିସିଆଲ ୱେବସାଇଟ୍‌କୁ ଯିବାକୁ ହେବ । ୱେବସାଇଟ୍‌ରେ ସମ୍ବନ୍ଧୀୟ ଲିଙ୍କରେ କ୍ଲିକ କରିବା ପରେ ରେଜିଷ୍ଟ୍ରେସନ କରନ୍ତୁ । ରେଜିଷ୍ଟ୍ରେସନ କରିବା ପରେ ପ୍ରାର୍ଥୀ ନିଜର ଇମେଲ ଆଇଡି ଦେବାକୁ ହେବ ।

ପଦବୀ ବିବରଣୀ : ୭୭୫

ଜରୁରୀ ତାରିଖ : ଭର୍ତ୍ତି ପାଇଁ ବିଜ୍ଞପ୍ତି ଜୁଲାଇ ୧ ତାରିଖରୁ ଜାରି ହୋଇଛି । ଏଥିରେ ଆବେଦନ କରିବାର ଶେଷ ତାରିଖ ୩୦ ଜୁଲାଇ ରହିଛି ।

କେମିତି ହେବ ଚୟନ : ଏହି ଭର୍ତ୍ତି ପାଇଁ ଚୟନିତ ପ୍ରାର୍ଥୀଙ୍କୁ ପ୍ରଥମେ କମ୍ପ୍ୟୁଟର ଆଧାରିତ ଟେଷ୍ଟ ପାସ୍‌ କରିବାକୁ ହେବ । ଏହାପରେ ପ୍ରାର୍ଥୀ ସ୍କିଲ ଟେଷ୍ଟ ପରୀକ୍ଷା ଦେବାକୁ ହେବ । ସ୍କିଲ ଟେଷ୍ଟ/କମ୍ପ୍ୟୁଟର ପରୀକ୍ଷା ଦେବା ପରେ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

ଆବେଦନ ଶୁଳ୍କ : ଆବେଦନ କରିବା ସମୟରେ ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଦେବାକୁ ହେବ । ବିନା ଶୁଳ୍କରେ ଆବେଦନ ଗ୍ରହଣ କରାଯିବନାହିଁ । ଅଣ ସଂରକ୍ଷିତ ଏବଂ ଓବିସି ପ୍ରାର୍ଥୀ ୩୦୦୦ ଟଙ୍କା, ଅନୁସୂଚିତ ଜାତି/ ଜନଜାତି/ EWS ପ୍ରାର୍ଥୀର ଶ୍ରେଣୀ ୨୪୦୦ ଟଙ୍କା ଦେବାକୁ ହେବ । ଦିବ୍ୟାଙ୍ଗ ପ୍ରାର୍ଥୀ କୌଣସି ଆବେଦନ ଶୁଳ୍କ ଦେବେ ନାହିଁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://aiimsbhubaneswar.nic.in/admin/Document/Notices/15837838a626-c129-493b-9d34-d8f6baad96ff.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.