Below header

ମୟୁରଭଞ୍ଜ: ଫୁଟବଲ ମ୍ୟାଚ ଦେଖି ଘରକୁ ଫେରିଲାନି ଅସହାୟ ମା’ର ଏକମାତ୍ର ପୁଅ, ରେଳ ଧାରଣାରୁ ମିଳିଲା ମୃତଦେହ

ରାଇରଙ୍ଗପୁର(କେନ୍ୟୁଜ୍): ରେଳ ଧାରଣା ଉପରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ। ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଡଲସରା ଗ୍ରାମରେ। ମୃତ ବ୍ୟକ୍ତି ଜଣକ ହେଲେ ଡଲସରା ଗ୍ରାମର ସୁରାଇ ହେମ୍ବ୍ରମ । ରକ୍ତାକ୍ତ ଅବସ୍ଥାରେ ରେଳ ଧାରଣାରେ ପଡିଥିବା ଯୁବକଙ୍କ ମୃତଦେହ ବହଳଦା ଥାନା ପୋଲିସ ଉଦ୍ଧାର କରିଛି। ଘଟଣାର ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍ ମଧ୍ୟ ଆସି ଛାନଭିନ ଚଳାଇଛି ।

 ସୂଚନା ଅନୁଯାୟୀ ଯୁବକ ଜଣକ ଗତକାଲି ନିକଟସ୍ଥ ଗ୍ରାମ ଜାରିଟାଣ୍ଡି ଠାରେ ଗ୍ରାମାଞ୍ଚଳ ଫୁଟବଲ ପ୍ରତିଯୋଗିତାକୁ ଯାଇ ଆଉ ଘରକୁ ଫେରିନଥିଲେ । ପରେ ମୃତ୍ୟଦେହ ରେଳ ଧାରଣାରେ ପଡିଥିବା ଜାଣିବା ପରେ ପୋଲିସକୁ ଜଣାଇଥିଲେ । ସୁରାଇଙ୍କ ପରିବାରରେ କେବଳ ଜଣେ ବୁଢ଼ୀ ମା ହିଁ ଅଛନ୍ତି। ସୁରାଇଙ୍କ ଆକସ୍ମିକ ମୃତ୍ୟୁ ପରେ ଦରିଦ୍ର ବୁଢି ମାଆଟି ଅସହାୟ ହୋଇ ପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.