Below header

କରୋନା କରାଇ ଦେଲା ଏଭଳି ରେକର୍ଡ଼, ବୋର୍ଡ଼ ଇତିହାସରେ କୌଣସି ବର୍ଷ ଏତେ ପିଲା ମାଟ୍ରିକ୍‌ ପାସ୍‌ କରି ନଥିଲେ

କଟକ (କେନ୍ୟୁଜ୍‌) : ଏଥର ମାଟ୍ରିକ୍‌ ରେଜଲ୍ଟ ବାହାରି ସାରିଛି । ଚଳିତ ବର୍ଷ ପାସ୍‌ ହାର ହେଉଛି ୯୭.୮୯ ପ୍ରତିଶତ। ଯାହା ବୋର୍ଡ଼ ଇତିହାସରେ ଅଭୂତପୂର୍ବ । ପିଲା ପରୀକ୍ଷା ନଦେଇ ବି ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଥିବା ପରୀକ୍ଷାରେ ପାସ୍‌ କରିଛନ୍ତି ଏବଂ ସାର୍ଟିଫିକେଟ୍‌ ମଧ୍ୟ ପାଇବେ । ଏ ବର୍ଷ ମୋଟ ୫ ଲକ୍ଷ ୭୪ ହଜାର ୧୨୫ ଜଣ ଛାତ୍ରଛାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ପାସ୍‌ କରିଛନ୍ତି ୫ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ।

ଏମାନଙ୍କ ଭାଗ୍ୟ ଖରାପ

ଏହି କୋଭିଡ୍‌ ସ୍ଥିତିରେ ମାଟ୍ରିକ୍‌ ପରୀକ୍ଷା ବାତିଲ କରାଯାଇଥିଲା । ଯାହା ମେ ୩ ତାରିଖରୁ ହେବାର ଥିଲା । ବହୁତ ଚିନ୍ତା କରାଯିବା ପରେ ମୂଲ୍ୟାୟନର ବିକଳ୍ପ ବ୍ୟବସ୍ଥା କରାଯାଇଥିଲା । ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ନବମ ଶ୍ରେଣୀର ଅର୍ଦ୍ଧବାର୍ଷିକ ଓ ବାର୍ଷିକ ପରୀକ୍ଷା ନମ୍ବର ଏବଂ ଦଶମ ଶ୍ରେଣୀରେ ହୋଇଥିବା ଚାରିଟି ଅଭ୍ୟାସ ପରୀକ୍ଷାରୁ ଶେଷ ତିନିଟି ଅର୍ଥାତ୍ ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ପରୀକ୍ଷାର ନମ୍ବରକୁ ବିଚାରକୁ ନିଆଯାଇଥିଲା। ତେଣୁ ଧୁଆ ମୂଳା ଓ ଅଧୁଆ ମୂଳା ସମସ୍ତେ ସମାନ ହୋଇଗଲା ଭଳି ଲାଗିଲା ।

ଏସବୁ ପରେ ବି ୭ ହଜାର ୭୦୩ ରେଗୁଲାର ପିଲା ଅସଫଳ ହୋଇଛନ୍ତି । ଏମାନଙ୍କ ଭାଗ୍ୟ ଖରାପ କହିଲେ ଭୁଲ ହେବ ନାହିଁ । ଯେଉଁମାନେ ଉଭୟ ନବମ ଓ ଦଶମ ଶ୍ରେଣୀରେ ଆଦୌ ପରୀକ୍ଷା ଦେଇ ନାହାନ୍ତି କିମ୍ବା ଫର୍ମ ଫିଲପ କରି ନାହାନ୍ତି ସେଇମାନେ ହିଁ ଅସଫଳ ବା ଫେଲ ହୋଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.