Below header

ଘର ଛପର ପରେ ପୋଖରୀକୁ ଗାଧୋଇବାକୁ ଯାଇ ବୁଡିଗଲେ ଯୁବକ, ମୃତ ଅବସ୍ଥାରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ଥାନା କାମ୍ପଗୁଡା ଗାଁ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ପଥରଗଡ ଗାଁର ଲାବଣ୍ୟ କାର୍ଜୀ(୪୫) । ଗୁରୁବାର ଲାବଣ୍ୟ କାମ୍ପଗୁଡା ଗାଁର ଜଣେ ବ୍ୟକ୍ତିଙ୍କ ଘର ଛପର କରିବାକୁ ଯାଇଥିଲେ। ଘର ଛପର ପରେ ସନ୍ଧ୍ୟାରେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ପୋଖରୀର ଗୋଟିଏ ମୁଣ୍ଡରୁ ଅନ୍ୟ ମୁଣ୍ଡକୁ ପହଁରି ଯାଉଥିବା ବେଳେ ମଝି ପୋଖରୀରେ ବୁଡି ଯାଇଥିଲେ।

ଗାଁ ଲୋକେ ଖୋଜାଖୋଜି କରିବା ସହ ମୋହନା ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।  ଶୁକ୍ରବାର ପୋଖରୀରୁ ଲାବଣ୍ୟଙ୍କ ମୃତ ଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।  ମୋହନା ପୋଲିସ୍ ଥାନା କେସ୍ ନଂ 9/22 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ମୃତଦେହ ବ୍ୟବଛେଦ କରିବା ପାଇଁ ବ୍ରହ୍ମପୁର mkcg ମେଡିକାଲ କୁ ପଠାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.