Below header

ବୀରମିତ୍ରପୁରରେ ଯୁବ ବ୍ୟବସାୟୀ ନିଖୋଜ, କ୍ରସର ନିକଟରୁ ମିଳିଲା ପ୍ରଦୀପଙ୍କ କାର୍‌, ମୋବାଇଲ ଓ ଇଞ୍ଜେକ୍‌ସନ

ସୁନ୍ଦରଗଡ଼ (କେନ୍ୟୁଜ ବ୍ୟୁରୋ) : ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ଯୁବ ବ୍ୟବସାୟୀ ପ୍ରଦୀପ କୁଣ୍ଡୁ ନିଖୋଜ । କ୍ରସର ନିକଟରୁ ତାଙ୍କ କାର୍‌ ମିଳିଛି । କାର ଭିତରୁ ନିଶା ଇଞ୍ଜେକ୍ସନ ଦେଇ ଅପହରଣ କରାଯାଇଛି । କାର୍‌ ଭିତରୁ ମୋବାଇଲ ଫୋନ, ଇଞ୍ଜେକ୍‌ସନ ଓ ଚିଠି ଜବତ ହୋଇଛି । ଚିଠିରେ ପ୍ରଦୀପଙ୍କୁ ଛାଡିବା ପାଇଁ ଏକ କୋଟି ଟଙ୍କା ଦାବି କରାଯାଇଛି। ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରି ପରିବାର ଲୋକେ ବୀରମିତ୍ରପୁର ଥାନାରେ ଅଭିଯୋଗ କରିଛନ୍ତି।

ନିଖୋଜ ଯୁବ ବ୍ୟବସାୟୀ ପ୍ରଦୀପ କୁଣ୍ଡୁଙ୍କ ଘର ବୀରମିତ୍ରପୁରରେ । ଦାଦାବଟି ପାଇଁ ପ୍ରଦୀପଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି । ପୂର୍ବରୁ ମଧ୍ୟ ଚାନ୍ଦା ପାଇଁ ପ୍ରଦୀପଙ୍କ ପାଖକୁ ଆସିଛି ଅନେକ ଧମକପୂର୍ଣ୍ଣ ଫୋନ୍‌ କଲ୍‌ । କିନ୍ତୁ ଚାନ୍ଦା ଦେବାକୁ ରାଜି ହୋଇନଥିଲେ ପ୍ରଦୀପ । ଗତକାଲି ସନ୍ଧ୍ୟାରେ ପ୍ରଦୀପ ତାଙ୍କର ବୀଜାବାହଲ ଠାରେ ଥିବା କ୍ରସରରୁ ଘରକୁ କାର୍‌ ଯୋଗେ ଫେରୁଥିଲେ। ତେବେ ଜାତୀୟ ରାଜପଥ ୨୦୦ ମିଟର ପୂର୍ବରୁ ନିଖୋଜ ଅଛନ୍ତି। କ୍ରସର ସହ ପ୍ରଦୀପଙ୍କ ଟ୍ରାନ୍ସପୋର୍ଟ ବ୍ୟବସାୟ ମଧ୍ୟ ରହିଛି। ଅଭିଯୋଗ ପରେ ସୁନ୍ଦରଗଡ଼ ପୋଲିସର ୩ଟି ଟିମ୍‌ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଆରମ୍ଭ କରିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.