Below header

ଚାଷ ସମୟରେ ଟ୍ରାକ୍ଟର ଚକା ତଳେ ଚାପି ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପାଖର ପଞ୍ଚାୟତ ବାଜବାଟି ଗାଁରେ ଅଘଟଣ। କ୍ଷେତରେ କାଦୁଅ ଚାଷ କରୁଥିବା ସମୟରେ ଟ୍ରାକ୍ଟର ତଳେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ। ମୃତ ଶ୍ରମିକ ହେଲେ ବାଜବାଟି ଗାଁର ରଞ୍ଜନ କୁମାର ଦାସ।

ସୂଚନା ମୁତାବକ, ଆଜି ଅପରାହ୍ନ ସମୟରେ ବାଜବାଟି ନିକଟରେ ରଞ୍ଜନ ଟ୍ରାକ୍ଟର ଯୋଗେ ବିଲରେ କାଦୁଅ ଚାଷ କରୁଥିବା ସମୟରେ ହଠାତ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା। ଫଳରେ ରଞ୍ଜନ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ଟ୍ରାକ୍ଟର ତଳୁ ଉଦ୍ଧାର କରି ଧର୍ମଶାଳା ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପଟେ ଧର୍ମଶାଳା ପୋଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ମୃତ ରଞ୍ଜନ ଗରିବ ଶ୍ରେଣୀର ଶ୍ରମିକ ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.