Below header

କ୍ୟାପିଟାଲ ହସପିଟାଲ ଛାତରୁ ଡେଇଁ ପଡ଼ିବାକୁ ଯୁବକଙ୍କ ଧମକ, କାହିଁକି ଏମିତି କଲେ ଜାଣନ୍ତୁ

ଭୁବନେଶ୍ଵର (କେନ୍ୟୁଜ୍) : ଛାତ ଉପରେ ପୂରା ଧାରରେ ଠିଆ ହୋଇଛନ୍ତି ଯୁବକ ଜଣକ । ଧମକ ଦେଉଛନ୍ତି ଛାତରୁ ଡେଇଁ ପଡ଼ିବେ । ଟିକେ ଦୂରରେ ଠିଆ ହୋଇ ଆଉ ଜଣେ ତାଙ୍କୁ ବାରଣ କରୁଛନ୍ତି । ବୁଝାଉଛନ୍ତି । ଏଭଳି ଏକ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ । ତଳେ ଠିଆ ହୋଇଥିବା ଲୋକେ ଆତଙ୍କିତ ହୋଇପଡ଼ିଥିଲେ । କାରଣ ଯୁବକ ଜଣକ ଯେଭଳି ଭାବେ ଧମକ ଦେଉଥିଲେ ହୁଏତ କେତେବେଳେ ବି ତଳକୁ ଡେଇଁ ପଡ଼ିବେ ।

CAPITAL-3

ହସପିଟାଲରେ ଡିଟିପି ଅପରେଟର ଭାବେ କାମ କରୁଥିବା ଜଣେ ଯୁବକ ରାଗି ଯାଇ ଏଭଳି ନିଷ୍ପତ୍ତି ନେଇଥିଲେ । ଏହା ପଛର କାରଣ ଥିଲା ଯେ ତାଙ୍କୁ ଅଧିକ ସମୟ ଡ୍ୟୁଟି କରିବାକୁ କୁହାଗଲା । ଅବଶ୍ୟ ବୁଝାଶୁଝା ପରେ ଯୁବକ ଜଣକ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇଥିଲେ । ଅନେକ ଲୋକ ତାଙ୍କୁ କହୁଥିବାର ଶୁଣା ଯାଇଥିଲା, ଭାଇ ଏ କରୋନା କାଳରେ କଣ ଏମିତି ହୁଅନ୍ତି ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.