ପୁଣିଥରେ ଆକାଉଣ୍ଟକୁ ୨୦୦୦ ଟଙ୍କା ପଠାଉଛନ୍ତି ମୋଦି ସରକାର, ଯଦି ପାଇନାହାନ୍ତି ଏଠାରେ ଦାଖଲ କରନ୍ତୁ କାଗଜପତ୍ର

କରୋନା ମହାମାରୀ ମଧ୍ୟରେ ମୋଦି ସରକାର ଅସହାୟଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ଯୋଜନାରେ କେନ୍ଦ୍ର ସରକାର କୃଷକଙ୍କ ଖାତାରେ ୨୦୦୦ ଟଙ୍କା ଡିପୋଜିଟ୍‌ କରିବେ। ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ଯୋଜନା(PKSY) ଅନ୍ତର୍ଗତ ଆସନ୍ତା ମାସରେ କୃଷକଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯିବ।

ଏହି ଯୋଜନା ଅନ୍ତର୍ଗତ କୃଷକଙ୍କୁ ପ୍ରତିବର୍ଷ ୩ଟି କିସ୍ତିରେ ୬୦୦୦ ଟଙ୍କା ଦିଆଯିବ। ଏବେ ଯାଏଁ ଏହି ସ୍କିମ୍‌ ମାଧ୍ୟମରେ ୧୦ କୋଟିରୁ ଊର୍ଦ୍ଧ୍ୱ କୃଷକଙ୍କୁ ଯୋଡ଼ାଯାଇଛି। ଅଗଷ୍ଟ ୧ରୁ ସରକାର ଶେଷ କିସ୍ତି ଟ୍ରାନ୍ସଫର କରିବେ। ଏଥିପାଇଁ  pmkisan.gov.in ରେ ସୂଚନା ପାଇପାରିବେ।

To Get Direct Benefit of PM-Kisan Yojana, Send Photo of Aadhaar ...

ଏମିତି କରନ୍ତୁ ନିଜ ନାଁ ଚେକ୍‌:

pmkisan.gov.in ୱେବସାଇଟ୍‌କୁ ଯିବା ପରେ ପ୍ରଥମେ ଫାର୍ମର କର୍ଣ୍ଣର ଉପରେ କ୍ଳିକ୍‌ କରନ୍ତୁ। ଏହା ପରେ Beneficiary status ଉପରେ କ୍ଲିକ୍‌ କରନ୍ତୁ। ସେଠାରେ ଆପଣଙ୍କୁ ଆଧାର ନମ୍ବର, ଆକାଉଣ୍ଟ ନମ୍ବର ଓ ଫୋନ୍‌ ନମ୍ବରର ବିକଳ୍ପ ଦିଶିବ। ଏଠାରେ ଆପଣ ଚେକ୍‌ କରିପାରିବେ ଦେଖାଉଥିବା ତଥ୍ୟ ଠିକ୍‌ ନା ଭୁଲ। ଯଦି କିଛି ଭୁଲ ଥାଏ ତେବେ ତାହାକୁ ଏଡିଟ୍‌ କରି ଠିକ୍‌ କରିପାରିବେ। ଯଦି କୌଣସି କାଗଜପତ୍ର ଯୋଗୁ ଆପଣଙ୍କ ଆବେଦନ ଅଟକିଥାଏ ତେବେ ଉକ୍ତ ଡକ୍ୟୁମେଣ୍ଟ ମଧ୍ୟ ଅପ୍‌ଲୋଡ୍‌ କରିପାରିବେ।

PM-KISAN Scheme 1st Anniversary: Centre Pays Rs 50,850 Crore to ...

ଯଦି ଏହି ଯୋଜନାର ଲାଭ ଉଠାଇବାକୁ ଆବେଦନ କରିଛନ୍ତି ଓ ନିଜ ନାଁ ଅଛି କି ନାହିଁ ଚେକ୍‌ କରିବାକୁ ଚାହୁଁଛନ୍ତି ତେବେ ସରକାରୀ ୱେବସାଇଟ୍‌ pmkisan.gov.in କୁ ଯାଇ ଚେକ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.