ଗାଧୋଇ ସାରି ଘରକୁ ଫେରୁଥିବା ବେଳେ ଅଘଟଣ ; ବଜ୍ରାଘାତରେ ଯୁବତୀଙ୍କ ମୃତ୍ୟୁ

ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଳକ ବିଲେଇସର୍ଦ୍ଦା ଗାଁରେ ବଜ୍ରପାତରେ ଯୁବତୀଙ୍କ ମୃତ୍ଯ ହୋଇଛି । ପୋଖରୀରୁ ଗାଧୋଇ ଘରକୁ ଫେରୁଥିବା ବେଳେ ବଜ୍ରାଘାତରେ ଯୁବତୀଙ୍କ ମୃତ୍ୟ ଘଟିଛି । ମୃତ ଯୁବତୀ ହେଲେ ରୀତା ଷାଣ୍ଢ।

ବଲାଙ୍ଗୀର (କେନ୍ୟୁଜ): ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଳକ ବିଲେଇସର୍ଦ୍ଦା ଗାଁରେ ବଜ୍ରପାତରେ ଯୁବତୀଙ୍କ ମୃତ୍ଯ ହୋଇଛି । ପୋଖରୀରୁ ଗାଧୋଇ ଘରକୁ ଫେରୁଥିବା ବେଳେ ବଜ୍ରାଘାତରେ ଯୁବତୀଙ୍କ ମୃତ୍ୟ ଘଟିଛି । ମୃତ ଯୁବତୀ ହେଲେ ରୀତା ଷାଣ୍ଢ। ରିତାଙ୍କୁ ଘଟଣା ସ୍ଥଳରେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ବିଲେଇସରଦା ଗାଁର ରୀତା ଷାଣ୍ଢ ନିଜ ସାଙ୍ଗମାନଙ୍କ ସହ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଫେରିବା ସମୟରେ ଘଡ଼ଘଡି ସହ ବର୍ଷା ହୋଇଥିଲା । ଏହି ସମୟରେ ସେମାନେ ଏକ ଗଛ ନିକଟରେ ଛିଡା ହୋଇଥିବା ବେଳେ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ହିଁ ରୀତାଙ୍କ ମୃତ୍ୟ ହୋଇଥିଲା । ତେବେ ଏନେଇ ପରିବାର ଲୋକଙ୍କ ସହ ଗାଁ ଲୋକ ରୀତାଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆଣିଥିଲେ । ସେଠାରେ ତାଙ୍କ ଶବକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.